ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା,୨୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ସୋମବାର ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣକ ହେଲେ ନୂଆଗାଁ ଗ୍ରାମର ଚନ୍ଦ୍ର ମୋହନ ହେମ୍ବ୍ରମ। ଭୋର ସମୟରେ ବିଭିନ୍ନ ଶିକାର ସରଞ୍ଜାମ ଧରି ଚନ୍ଦ୍ର ମୋହନ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପଶିଥିବା ବେଳେ ବ୍ୟାଘ୍ର ପ୍ରକଳ୍ପର କେନ୍ଦୁଚୁଆ ନାଳ ନିକଟରେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡିଥିଲେ। ବନ କର୍ମଚାରୀମାନେ ତାଙ୍କ ନିକଟରୁ ଧନୁ, ତୀର ,କଟୁରି କୁରାଢ଼ୀ,ଟର୍ଚ୍ଚ ଲାଇଟ ଓ ରନ୍ଧା ଖାଦ୍ୟ ଇତ୍ୟାଦି ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି ରେଞ୍ଜ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ପଚରା ଉଚରା ସମୟରେ ବ୍ୟାଘ୍ର ପ୍ରକଳ୍ପ ଅଧୀନ ମାରୁଆଡି ବନ୍ଧ ନିକଟରେ ଜଙ୍ଗଲ ସଫାକରି ଏକ ମଞ୍ଚା ବାନ୍ଧି ଶିକାର ଉଦ୍ଦେଶ୍ୟରେ ଯାଉଥିଲେ ବୋଲି ଚନ୍ଦ୍ର ମହନ ସ୍ବୀକାର କରିଥିବା ବନ ବିଭାଗ ସୂଚନା ଦେଇଛି।