ଶିବାଜୀରାଓ ସମବାୟ ବ୍ୟାଙ୍କରେ ୩୦୦ କୋଟିର ଠକେଇ

ନୂଆଦିଲ୍ଲୀ,୧୪-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କରେ ଋଣ ଠକେଇ ପରେ ଏବେ ମହାରାଷ୍ଟ୍ରର ଆଉ ଏକ ବ୍ୟାଙ୍କରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶିବାଜୀ ରାଓ ଭୋସଲେ ସମବାୟ ବ୍ୟାଙ୍କରେ ପ୍ରାୟ ୩୦୦ କୋଟି ଟଙ୍କାର ଋଣ ଠକେଇ ମାମଲା ନଜରକୁ ଆସିବା ପରେ ମହାରାଷ୍ଟ୍ର ସରକାର ବ୍ୟାଙ୍କ ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କୁ ବରଖାସ୍ତ କରିଛନ୍ତି। ବ୍ୟାଙ୍କର ପରିଚାଳନା ଲାଗି ନୂଆ ଆଡମିନିଷ୍ଟ୍ରେଟର ନିଯୁକ୍ତ କରାଯାଇଛି। ଭୂତ ଜମାକାରୀଙ୍କୁ ଋଣ ପ୍ରଦାନ କରାଯିବା ଫଳରେ ବ୍ୟାଙ୍କର ସ୍ଥିତି ବର୍ତ୍ତମାନ ସଙ୍କଟଜନକ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏନ୍‌ସିପି ଏମ୍‌ଏଲ୍‌ଏ ଅନିଲ ଶିବାଜୀରାଓ ଭୋସଲେ ଏହାର ପ୍ରମୋଟର ରହିଛନ୍ତି। ବ୍ୟାଙ୍କର ଏଭଳି ସ୍ଥିତି ଯୋଗୁ ପ୍ରାୟ ୧ ଲକ୍ଷ ଜମାକାରୀ ଅସୁବିଧା ସ୍ଥିତିକୁ ଚାଲିଯାଇଛନ୍ତି। ଜମାକାରୀ ସେମାନଙ୍କ ଅର୍ଥ ଉଠାଣ କରିବାକୁ ସମର୍ଥ ହେଉ ନାହାନ୍ତି। ୨୦୧୯ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ଏହାର ବିଭିନ୍ନ ବ୍ୟବସ୍ଥାକୁ ଅଡିଟ କରିବା ପରେ ପରିଚାଳନାରେ ବିଭିନ୍ନ ଅନିୟମିତତା ହୋଇଥିବା ଜଣା ପଡିଥିଲା। ମହାରାଷ୍ଟ୍ରର ସମବାୟ କମିଶନର ରିଜର୍ଭ ବ୍ୟାଙ୍କର ପରାମର୍ଶ ନେବା ପରେ ବୋର୍ଡକୁ ବରଖାସ୍ତ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri