Categories: ଜାତୀୟ

ଶିବସେନାକୁ ଝଟ୍‌କା: ମେଣ୍ଟ କରିବେନି ଶରଦ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ସରକାର ଗଠନ କରିବା ଯୋଜନା କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଝଟ୍‌କା ଦେବାକୁ ଚାହଁୁଥିବା ଶିବସେନାକୁ ଲାଗିଛି ଝଟ୍‌କା। କାରଣ ଏବେ ଏନ୍‌ସିପି ନେତା ଶରଦ ପାଓ୍ବାର କେବଳ ବିରୋଧି ହୋଇ ରହିବେ ବୋଲି କହିଛନ୍ତି। କିନ୍ତୁ ଶିବସେନା ଚାହୁଁଥିଲା ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିବାକୁ। ଏବେ ଶରଦଙ୍କ ଏହି ନିଷ୍ପତ୍ତି ଶିବସେନାର ସବୁ ଯୋଜନାକୁ ପଣ୍ଡ କରି ଦେଇଛି। ଅନ୍ୟପଟେ ଶୁକ୍ରବାର ଅପରାହ୍ନରେ ମହାରାଷ୍ଟ୍ର କଂଗ୍ରେସ ଦିଲ୍ଲୀ ଗସ୍ତ କରିଥିବା ବେଳେ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପରେ କୁହାଯାଉଥିଲା କି କଂଗ୍ରେସ ବୋଧହୁଏ ଶିବସେନା ସହ ମେଣ୍ଟ କରିବ। ହେଲେ ସୋନିଆ ଏହାକୁ ନେଇ ସେମିତି କିଛି ରୁଚି ଦେଖାଇ ନ ଥିବା ଜଣାପଡିଥିଲା। ତେଣୁ ଏବେ ଶିବସେନା କାହା ସହିତ ମେଣ୍ଟ କରି ଭାଜପାକୁ ଝଟ୍‌କା ଦେବ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Share