Categories: ଜାତୀୟ

ଶିବକୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା: ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୧୩।୯: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକ କଂଗ୍ରେସର ଟାଣୁଆ ନେତା ଡି.କେ. ଶିବକୁମାରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଅଚାନକ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ରାମମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଶିବକୁମାରଙ୍କ ଝିଅ ଐଶ୍ଚର୍ଯ୍ୟାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୭ ଘଣ୍ଟା ଜେରା କରିଛି। ୨୨ ବର୍ଷୀୟା ମ୍ୟାନେଜମେଣ୍ଟ ସ୍ନାତକ ଐଶ୍ଚର୍ଯ୍ୟା ଇଡିଙ୍କ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମନିଲଣ୍ଡରିଂ ନରାକରଣ ଆଇନ(ପିଏମଏଲଏ)ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୩ ତାରିଖାରେ ଶିବକୁମାର ଗିରଫ ହୋଇ ଇଡି ହାଜତରେ ଅଛନ୍ତି।

Share