Categories: ଜାତୀୟ

ଶିଖ୍‌ ତୀର୍ଥଯାତ୍ରୀଙ୍କ ସହ ପାକ୍‌ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି

ନୂଆଦିଲ୍ଲୀ,୮-୧୧(ଆଇଏଏନ୍‌ଏସ୍‌):ନଭେମ୍ବର ୯ରେ କର୍‌ତାରପୁର କରିଡର ଦେଇ ପାକିସ୍ତାନର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଶିଖ୍‌ ତୀର୍ଥଯାତ୍ରୀ (ଜଥା)ମାନଙ୍କ ସହ ସେ ଯାଇପାରିବେ। ତେବେ ଓ୍ବାଘା ସୀମାନ୍ତ ଦେଇ ପାକିସ୍ତାନ ଯିବାକୁ ତାଙ୍କୁ ଅନୁମତି ମିଳିନାହିଁ। କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ଲାଗି ପଞ୍ଜାବର ପୂର୍ବତନ ମନ୍ତ୍ରୀ ସିଦ୍ଧୁଙ୍କୁ ପାକିସ୍ତାନ ଆମନ୍ତ୍ରଣ କରିବା ସହ ଭିଜା ମଞ୍ଜୁର କରିଥିଲା। ଅଟ୍ଟାରି-ଓ୍ବାଘା ସୀମା ଦେଇ ଦର୍‌ବାର ସାହିବ୍‌ ଯିବା ପାଇଁ ଅନୁମତି ଦେବା ନିମନ୍ତେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ପତ୍ର ଲେଖିଥିଲେ।

Share