ଶିକ୍ଷୟିତ୍ରୀଙ୍କ ସାବୁନରେ ବାସନ ମାଜିବାରୁ ଛାତ୍ରଙ୍କୁ ମାଡ଼

ପାପଡାହାଣ୍ଡି,୨୮।୧୦(ଡି.ଏନ.ଏ)- ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନରେ କେତେ ଜଣ ଛାତ୍ର ନିଜ ବାସନ ମାଜି ଦେଇଥିଲେ। ଏହାକୁ ନେଇ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରମାନଙ୍କୁ ମାଡ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡରେ ୧୪ ଜଣ ଛାତ୍ରଙ୍କ ଶରୀରେ ନୋଳା ପଡିଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଏହପରି ଘଟଣା ସୋମବାର ଘଟିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ କେତେକ ଛାତ୍ର ଜନୈକ ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନ ଆଣି ନିଜ ବାସନ ମାଜିଥିଲେ। ଏଥିସହ ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଛୁଇଁ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀ ଜଣକ ବାଡ଼ିରେ ୧୪ ଛାତ୍ରଙ୍କୁ ବାଡେଇଥିଲେ । ଶିକ୍ଷୟିତ୍ରୀଙ୍କ ମାଡରେ ଷଷ୍ଠ ଶ୍ରେଣୀର ୬ ଛାତ୍ର, ସପ୍ତମ ଶ୍ରେଣୀର ୨ ଛାତ୍ର, ଅଷ୍ଟମ ଶ୍ରେଣୀର ୬ ଛାତ୍ରଙ୍କ ଶରୀରରେ ନୋଳା ପଡିଯାଇଥିଲା। ଛାତ୍ରମାନେ ମାଡ ଖାଇବା ପରେ ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ଗୌଡ଼ଙ୍କୁ ଏହା ଜଣାଇବା ସହ ବିଦ୍ୟାଳୟ ଛାଡି ଚାଲି ଯିବେ ବୋଲି କହିଥିଲେ। ପରେ କମିଟି ସଭ୍ୟ ଓ ଗ୍ରାମବାସୀ ପହଞ୍ଚି ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ । ପ୍ରଧାନଶିକ୍ଷକ କୌଣସି କାମରେ ପାପଡାହାଣ୍ଡି ଆସିଥିବାରୁ ଫୋନରେ ତାଙ୍କୁ କମିଟି ପକ୍ଷରୁ ଅବଗତ କରାଯାଇଥିଲା । ଏ ସମ୍ପର୍କରେ ଏବିଇଓ ଦଶରଥ ଗଣ୍ଡଙ୍କୁ କମିଟି ଜଣାଇଥିଲା। ଏବିଇଓ ସିଆରସିସିଙ୍କୁ ପଠାଇ ତଦନ୍ତ କରିବେ ବୋଲି କହିଥିଲେ। ଘଟଣା ପରେ ବିଦ୍ୟାଳୟ ପରିଚାଳନା କମିଟି, ପ୍ରଧାନଶିକ୍ଷକ, ଗ୍ରାମବାସୀ ଓ ଛାତ୍ରମାନଙ୍କ ଉପସ୍ଥିତିରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଯାଇଥିଲା। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରମାନଙ୍କୁ ବାଡିରେ ମାଡ ମାରିଥିବା ସ୍ବୀକାର କରିବା ସହ ଭୁଲ ହୋଇଯାଇଥିବା କହିଥିଲେ ବୋଲି ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ଗୌଡ କହିଛନ୍ତି। ବିଦ୍ୟାଳୟ ପରିସର ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ୟକୁ ଗ୍ରାମବାସୀ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ଏବିଇଓ ଗଣ୍ଡଙ୍କୁ ପଚାରିବାରୁ ସେ କହିଥିଲେ ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri