ଶିକ୍ଷାର କର୍ଣ୍ଣଧାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବିପୁଳ ଭୋଟ ପାଇ ସାଧାରଣ ନିର୍ବାଚନ ଜିତିବା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଅଭିଜ୍ଞ ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଆଦର୍ଶରେ ଅନୁପ୍ରାଣିତ ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଉପରେ ନ୍ୟସ୍ତ କରାଯାଇଛି। ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସଂସ୍କାର ଆଣିବା ଦିଗରେ ଭାଜପା ବାରମ୍ବାର ପ୍ରୟାସ ଜାରି ରଖିଛି। କୁହାଯାଉଛି, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ପରାମର୍ଶକ୍ରମେ ନିଶାଙ୍କଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରାଯାଇଛି। ସ୍କୁଲ ଶିକ୍ଷକରୁ ଜୀବନ ଆରମ୍ଭ କରିଥିବା ନିଶାଙ୍କ ଏଭଳି ପଦବୀ ମଣ୍ଡନ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନିଶାଙ୍କ ୧୫ ଜୁଲାଇ ୧୯୫୯ରେ ଅବିଭକ୍ତ ଉତ୍ତରପ୍ରଦେଶ (ବର୍ତ୍ତମାନ ଉତ୍ତରାଖଣ୍ଡ)ର ପାଉଡି ଗଡଓ୍ବାଲ ଅନ୍ତର୍ଗତ ପିନାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପରମାନନ୍ଦ ପୋଖରିଆଲ୍‌ ଓ ଭିସାମ୍ବରି ଦେବୀଙ୍କ ଏହି ସୁପୁତ୍ର ସ୍କୁଲ ବେଳୁ ଜଣେ ମେଧାବୀ ଛାତ୍ର ଥିଲେ। ଉତ୍ତରାଖଣ୍ଡର ହୈମବତୀ ନନ୍ଦନ ବହୁଗୁଣା ଗଡଓ୍ବାଲ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଏଥିସହିତ ସାହିତ୍ୟ ରଚନା ଦିଗରେ ଥିବା ସ୍ପୃହା ତାଙ୍କୁ ଲେଖକ ଆଖ୍ୟା ଦେଇଛି। ଏତିକି ପରିଚୟରେ ନିଜକୁ ସୀମିତ ନ ରଖି ଜନସେବା କରିବାକୁ ସେ ଯେତେବେଳେ ମନ ବଳାଇଲେ, ତାଙ୍କୁ ୧୯୯୧ରେ ଉତ୍ତରପ୍ରଦେଶର କର୍ନପ୍ରୟାଗ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ସୁଯୋଗ ମିଳିଲା ଓ ସେ ସେଥିରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୯୩ ଓ ୧୯୯୬ରେ ସେହି ଆସନରୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ କଲ୍ୟାଣ ସିଂ ସରକାରରେ ଉତ୍ତରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଥିଲେ। ୨୦୦୦ରେ ଉତ୍ତରାଖଣ୍ଡ ନୂଆ ରାଜ୍ୟର ମାନ୍ୟତା ପାଇବା ପରେ ଅର୍ଥ ଓ ରାଜସ୍ବ ଏବଂ ୨୦୦୭ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ନିଶାଙ୍କ ୨୦୦୯ରୁ ୨୦୧୧ ଯାଏ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ଦୋଇଓ୍ବାଲା ବିଧାୟକ ପଦବୀରୁ ଇସ୍ତଫା ଦେଇ ହରିଦ୍ୱାର ଲୋକ ସଭା ଆସନରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପୁନଶ୍ଚ ହରିଦ୍ୱାରରୁ ଲୋକ ସଭାକୁ ନିର୍ବାଚିତ ହେବା ପରେ ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେ ୩୧ ମେ ୨୦୧୯ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଶିକ୍ଷକତାରୁ ନିଶାଙ୍କ ଜୀବନ ଆରମ୍ଭ କରିଥିଲେ ହେଁ ଏବେ ତାଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲାଗି ମୋଦି ଗୁରୁ ଦାୟିତ୍ୱ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସମାଲୋଚକମାନେ କହିଛନ୍ତି ଯେ, ଭାଜପା ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଗୈରିକୀକରଣ କରିବା ଲକ୍ଷ୍ୟ ରଖି ଆର୍‌ଏସ୍‌ଏସ୍‌ ଆଦର୍ଶର ଅନୁଗାମୀ ନିଶାଙ୍କଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦେଇଛି। ସମାଲୋଚନାର ସ୍ତର ଯେଉଁ ଯାଏ ଯାଉନା କାହିଁକି, ନିଶାଙ୍କଙ୍କ ବହୁମୁଖୀ ପ୍ରତିଭା ତାଙ୍କୁ ସର୍ବଦା ଚର୍ଚ୍ଚିତ ରଖିଆସିଛି। ରାଜନୀତିକୁ ଛାଡ଼ିଦେଲେ ସାହିତି୍ୟକ ମହଲରେ ତାଙ୍କର ଢେର ସୁନାମ ରହିଛି। କବିତା, ଗଳ୍ପ, ଉପନ୍ୟାସ, ଶିଶୁ ଲେଖା ଆଦି କ୍ଷେତ୍ରରେ ତାଙ୍କର ଏକାଧିକ ସାହିତ୍ୟକୃତି ରହିଛି। ତେବେ ୧୯୮୩ରେ ‘ସମର୍ପଣ’ ସଙ୍କଳନ ପାଠକାର୍ପଣ ହେବା ପରେ ତାଙ୍କ ସୃଜନଶୀଳତା ପ୍ରବୀଣ ସାହିତି୍ୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସାହିତ୍ୟକୃତି ପାଇଁ ସେ ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ସାହିତ୍ୟ, ସାମାଜିକ ମଙ୍ଗଳ ଏବଂ ରାଜନୈତିକ ଅବଦାନ ସକାଶେ ରିପବ୍ଲିକ୍‌ ଅଫ୍‌ ମରିସସ୍‌ ନିଶାଙ୍କଙ୍କୁ ଗୋପିଓ ଇଣ୍ଟରନ୍ୟାଶନାଲ ଆଓ୍ବାର୍ଡ ପ୍ରଦାନ କରିଛି।
ବ୍ୟକ୍ତିଗତ ଜୀବନ କହିଲେ ନିଶାଙ୍କ ସ୍ତ୍ରୀ କୁସୁମକାନ୍ତ ପୋଖରିଆଲ୍‌ଙ୍କୁ ୨୦୧୨ରେ ହରାଇଛନ୍ତି। ଆରୁଷି, ଶ୍ରେୟାଶି ଏବଂ ବିଦୂଷୀ ନାମ୍ନୀ ୩ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri