ଶିକ୍ଷାର କର୍ଣ୍ଣଧାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବିପୁଳ ଭୋଟ ପାଇ ସାଧାରଣ ନିର୍ବାଚନ ଜିତିବା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଅଭିଜ୍ଞ ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଆଦର୍ଶରେ ଅନୁପ୍ରାଣିତ ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଉପରେ ନ୍ୟସ୍ତ କରାଯାଇଛି। ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସଂସ୍କାର ଆଣିବା ଦିଗରେ ଭାଜପା ବାରମ୍ବାର ପ୍ରୟାସ ଜାରି ରଖିଛି। କୁହାଯାଉଛି, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ପରାମର୍ଶକ୍ରମେ ନିଶାଙ୍କଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରାଯାଇଛି। ସ୍କୁଲ ଶିକ୍ଷକରୁ ଜୀବନ ଆରମ୍ଭ କରିଥିବା ନିଶାଙ୍କ ଏଭଳି ପଦବୀ ମଣ୍ଡନ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନିଶାଙ୍କ ୧୫ ଜୁଲାଇ ୧୯୫୯ରେ ଅବିଭକ୍ତ ଉତ୍ତରପ୍ରଦେଶ (ବର୍ତ୍ତମାନ ଉତ୍ତରାଖଣ୍ଡ)ର ପାଉଡି ଗଡଓ୍ବାଲ ଅନ୍ତର୍ଗତ ପିନାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପରମାନନ୍ଦ ପୋଖରିଆଲ୍‌ ଓ ଭିସାମ୍ବରି ଦେବୀଙ୍କ ଏହି ସୁପୁତ୍ର ସ୍କୁଲ ବେଳୁ ଜଣେ ମେଧାବୀ ଛାତ୍ର ଥିଲେ। ଉତ୍ତରାଖଣ୍ଡର ହୈମବତୀ ନନ୍ଦନ ବହୁଗୁଣା ଗଡଓ୍ବାଲ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଏଥିସହିତ ସାହିତ୍ୟ ରଚନା ଦିଗରେ ଥିବା ସ୍ପୃହା ତାଙ୍କୁ ଲେଖକ ଆଖ୍ୟା ଦେଇଛି। ଏତିକି ପରିଚୟରେ ନିଜକୁ ସୀମିତ ନ ରଖି ଜନସେବା କରିବାକୁ ସେ ଯେତେବେଳେ ମନ ବଳାଇଲେ, ତାଙ୍କୁ ୧୯୯୧ରେ ଉତ୍ତରପ୍ରଦେଶର କର୍ନପ୍ରୟାଗ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ସୁଯୋଗ ମିଳିଲା ଓ ସେ ସେଥିରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୯୩ ଓ ୧୯୯୬ରେ ସେହି ଆସନରୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ କଲ୍ୟାଣ ସିଂ ସରକାରରେ ଉତ୍ତରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଥିଲେ। ୨୦୦୦ରେ ଉତ୍ତରାଖଣ୍ଡ ନୂଆ ରାଜ୍ୟର ମାନ୍ୟତା ପାଇବା ପରେ ଅର୍ଥ ଓ ରାଜସ୍ବ ଏବଂ ୨୦୦୭ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ନିଶାଙ୍କ ୨୦୦୯ରୁ ୨୦୧୧ ଯାଏ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ଦୋଇଓ୍ବାଲା ବିଧାୟକ ପଦବୀରୁ ଇସ୍ତଫା ଦେଇ ହରିଦ୍ୱାର ଲୋକ ସଭା ଆସନରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପୁନଶ୍ଚ ହରିଦ୍ୱାରରୁ ଲୋକ ସଭାକୁ ନିର୍ବାଚିତ ହେବା ପରେ ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେ ୩୧ ମେ ୨୦୧୯ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଶିକ୍ଷକତାରୁ ନିଶାଙ୍କ ଜୀବନ ଆରମ୍ଭ କରିଥିଲେ ହେଁ ଏବେ ତାଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲାଗି ମୋଦି ଗୁରୁ ଦାୟିତ୍ୱ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସମାଲୋଚକମାନେ କହିଛନ୍ତି ଯେ, ଭାଜପା ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଗୈରିକୀକରଣ କରିବା ଲକ୍ଷ୍ୟ ରଖି ଆର୍‌ଏସ୍‌ଏସ୍‌ ଆଦର୍ଶର ଅନୁଗାମୀ ନିଶାଙ୍କଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦେଇଛି। ସମାଲୋଚନାର ସ୍ତର ଯେଉଁ ଯାଏ ଯାଉନା କାହିଁକି, ନିଶାଙ୍କଙ୍କ ବହୁମୁଖୀ ପ୍ରତିଭା ତାଙ୍କୁ ସର୍ବଦା ଚର୍ଚ୍ଚିତ ରଖିଆସିଛି। ରାଜନୀତିକୁ ଛାଡ଼ିଦେଲେ ସାହିତି୍ୟକ ମହଲରେ ତାଙ୍କର ଢେର ସୁନାମ ରହିଛି। କବିତା, ଗଳ୍ପ, ଉପନ୍ୟାସ, ଶିଶୁ ଲେଖା ଆଦି କ୍ଷେତ୍ରରେ ତାଙ୍କର ଏକାଧିକ ସାହିତ୍ୟକୃତି ରହିଛି। ତେବେ ୧୯୮୩ରେ ‘ସମର୍ପଣ’ ସଙ୍କଳନ ପାଠକାର୍ପଣ ହେବା ପରେ ତାଙ୍କ ସୃଜନଶୀଳତା ପ୍ରବୀଣ ସାହିତି୍ୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସାହିତ୍ୟକୃତି ପାଇଁ ସେ ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ସାହିତ୍ୟ, ସାମାଜିକ ମଙ୍ଗଳ ଏବଂ ରାଜନୈତିକ ଅବଦାନ ସକାଶେ ରିପବ୍ଲିକ୍‌ ଅଫ୍‌ ମରିସସ୍‌ ନିଶାଙ୍କଙ୍କୁ ଗୋପିଓ ଇଣ୍ଟରନ୍ୟାଶନାଲ ଆଓ୍ବାର୍ଡ ପ୍ରଦାନ କରିଛି।
ବ୍ୟକ୍ତିଗତ ଜୀବନ କହିଲେ ନିଶାଙ୍କ ସ୍ତ୍ରୀ କୁସୁମକାନ୍ତ ପୋଖରିଆଲ୍‌ଙ୍କୁ ୨୦୧୨ରେ ହରାଇଛନ୍ତି। ଆରୁଷି, ଶ୍ରେୟାଶି ଏବଂ ବିଦୂଷୀ ନାମ୍ନୀ ୩ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri