ଶିକ୍ଷାଗତ ଯୋଗ୍ୟତାର ଭୁଲ୍‌ ତଥ୍ୟ ରଖିଛନ୍ତି ଅନୁଭବ: କଂଗ୍ରେସ

ଭୁବନେଶ୍ୱର,୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରମାଣ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତାର ଜାଲ୍‌ ସାର୍ଟିଫିକେଟ ଦେଇଥିଲେ ବୋଲି ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଥିବା କଂଗ୍ରେସ କହିଛି। ମାତ୍ର ଏମ୍‌ପି ଅନୁଭବ କଂଗ୍ରେସର ଏହି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ଏହାକୁ ଖଣ୍ଡନ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଅନୁଭବଙ୍କ ଜାଲ୍‌ ସାର୍ଟିଫିକେଟ୍‌ର ପ୍ରମାଣ ମିଳିଛି ତାଙ୍କୁ ତୁରନ୍ତ ଜେଲ୍‌ ପଠାଯାଉ। ଯେଉଁମାନେ ଆଇନ ପ୍ରଣୟନ କରିବା ପାଇଁ ବିଧାନସଭା ହେଉ କି ଲୋକ ସଭା ନିର୍ବାଚନ ଲଢ଼ୁଛନ୍ତି ସେମାନେ ନିଜକୁ ସମାଜ ଆଗରେ ଉଚ୍ଚ ଦେଖାଇବା ପାଇଁ ହେଉ ବା ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ଉଦ୍ଦ୍ୟେଶରେ ଉଚ୍ଚଶିକ୍ଷିତ ବୋଲି ସତ୍ୟପାଠ ଦ୍ୱାରା ଦର୍ଶାଇବା ଏକ ସାଧାରଣ ପ୍ରକ୍ରିୟା ହୋଇଯାଇଛି। ସୂଚନା ଅଧିକାର ଆଇନକୁ ଆଧାର କରି ସଂଗୃହୀତ ତଥ୍ୟ ଅନୁଯାୟୀ, ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ଅନୁଭବ ନିଜ ସତ୍ୟପାଠରେ ଶୋଭିତ୍‌ ୟୁନିଭରସିଟି ଅଫ ଟେକ୍‌ନୋଲୋଜି, ମିରଟରୁ ବି.ଏ ଇନ ଆର୍ଟସ, ପବ୍ଲିକ ଆଡମିନଷ୍ଟେଶନ ଶିକ୍ଷାଗତ ଯୋଗ୍ୟତା ବୋଲି ଦର୍ଶାଇଛନ୍ତି। ଯାହା ବାସ୍ତବ ଚିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବର୍ତ୍ତମାନ ମଧ୍ୟ ସେ କଟକ କନ୍ଦରପୁର କଲେଜର ଯୁକ୍ତ୩ର ଛାତ୍ର। ଏହାର ରେଜିଷ୍ଟ୍ରେଶନ ନମ୍ବର ସୂଚନା ଅଧିକାର ଆଇନ ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂଗ୍ରହ କରାଯାଇଛି। ତାଙ୍କ ରେଜିଷ୍ଟ୍ରେଶନ ନମ୍ବର ଅନୁୟାୟୀ କୌଣସି ମାଇଗ୍ରେସନ ସାର୍ଟିଫିକେଟ ଜାରି କରାଯାଇନାହିଁ। ସେ ସମ୍ପୂର୍ଣ୍ଣ ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ରିପୋର୍ଟ ଦେଇଛନ୍ତି। ସରକାର ତୁରନ୍ତ ମାମଲା ରୁଜୁକରି ତାଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ। ଏହା କେବଳ କେନ୍ଦ୍ରାପଡ଼ା ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଲଜ୍ଜା ବୋଲି ନିଶିକାନ୍ତ କହିଛନ୍ତି।
କଂଗ୍ରେସ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଅନୁଭବ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ତାଙ୍କୁ ନିନ୍ଦିତ କରିବା ପାଇଁ କଂଗ୍ରେସ ଚେଷ୍ଟା କରୁଛି। ନିର୍ବାଚନ କମିଶନଙ୍କ ନିକଟରେ ଯାହା ତଥ୍ୟ ଦାଖଲ କରିଛି ତାହା ସମ୍ପୂର୍ଣ୍ଣ ଠିକ୍‌। ରାଜ୍ୟରେ କଂଗ୍ରେସ ନିଜର ପ୍ରାସଙ୍ଗିତା ହରାଇଛି। କେନ୍ଦ୍ରାପଡ଼ା ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହୋଇଛି। ତେଣୁ ହତାଶ ହୋଇ କଂଗ୍ରେସ ତାଙ୍କ ବିରୋଧରେ ଏଭଳି ଭିତ୍ତିହୀନ ଅଭିଯୋଗ କରିଛିି। କେନ୍ଦ୍ରାପଡ଼ାବାସୀ ବିଜେଡି ଏବଂ ତାଙ୍କୁ ଆଶୀର୍ବାଦ କରି ୨୦୧୯ ସାଧାରଣ ନିର୍ବାଚନରେ ବହୁତ ଭୋଟ ଦେଇଛନ୍ତି। ଭବିଷ୍ୟତରେ ମଧ୍ୟ କେନ୍ଦ୍ରାପଡ଼ାବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଅନୁଭବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri