ଶିକ୍ଷକ ଯୋଗାଇବା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପଟ୍ଟାମୁଣ୍ଡାଇ,୯।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୧୫ ନଂ. ଓ୍ବାର୍ଡର ଅଳଭା ୟୁଜିୟୁପି ସ୍କୁଲର ପରିଚାଳନା କମିଟିର ସଭାପତି ଅଭୟ ପାତ୍ରଙ୍କ ସମେତ ସଦସ୍ୟ ଓ ଅଭିଭାବକମାନେ ଶିକ୍ଷକ ଯୋଗାଇବା ଦାବିରେ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି। ସ୍କୁଲରେ ୧ମରୁ ୮ମ ପର୍ଯ୍ୟନ୍ତ ୨୦୫ ଜଣ ପିଲା ଅଧ୍ୟୟନ କରୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ଅଛନ୍ତି। ସେଥିରେ ୨ ଜଣ ଶିକ୍ଷୟିତ୍ରୀ ଜଣେ ଶିକ୍ଷକ। ୮ଟି ଶ୍ରେଣୀ ପାଇଁ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ପାଠ ପଢ଼ାଇବା ତ ଦୂରର କଥା ପିଲାଙ୍କୁ ଜଗିବା ମଧ୍ୟ ଅସମ୍ଭବ। ଏପରି ସମସ୍ୟା ଦୀଘବର୍ଷ ଧରି ଲାଗି ରହିଥିବା ବେଳେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଆଉ ୩ ଜଣ ଶିକ୍ଷକ ଯୋଗାଇ ଦେବା ପାଇଁ ପରିଚାଳନା କମିଟିର ଓ ଅଭିଭାବକ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏକ ମାସ ମଧ୍ୟରେ ଜଣେ ଶିକ୍ଷକ ଯୋଗାଇ ଦେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭ୍ରମରବର ବିଶ୍ୱାଳ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।