ଶିକ୍ଷକଙ୍କ ବଦଳିରେ କାନ୍ଦିଲେ ପୂରା ଗାଁ ଲୋକେ: ଢୋଲ, ଘଣ୍ଟ ବଜାଇ ଦେଲେ ସମ୍ବର୍ଦ୍ଧନା

ଡେରାଡୁନ୍‌,୧୫।୮:ଆଜିକାଲି ସରକାରୀ ସ୍କୁଲରେ ପାଠପଢା ଦେଖି ଅଭିଭାବକମାନେ ନିଜ ପିଲାଙ୍କୁ ବେସରକାରୀ ସ୍କୁଲରେ ଅଧିକ ଫିସ୍‌ ଦେଇ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆଜିବି କିଛି ସରକାରୀ ସ୍କୁଲରେ ପାଠପଢା ଦେଖି ପିଲାମାନେ ଶିକ୍ଷକଙ୍କୁ ଛାଡିବାକୁ ନାରାଜ ହେଉଛନ୍ତି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ଭଙ୍କୋଲି ସରକାରୀ ସ୍କୁଲରେ ଶିକ୍ଷକ ଥିବା ଆଶିଷ୍‌ ଡଙ୍ଗଓ୍ବାଲଙ୍କ ବଦଳି ପରେ ସମ୍ପୃକ୍ତ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଛି। ଢୋଲ, ଘଣ୍ଟ, ହୁଳାହୁଳି ଦେଇ ଆଶିଷଙ୍କୁ ବିଦାୟ ଦେଇଛନ୍ତି ଗ୍ରାମବାସୀ। ସମସ୍ତଙ୍କଠାରୁ ଏତେ ଭଲ ପାଇବା ମିଳିବା ପରେ ଆଶିଷ୍‌ ନିଜେ ମଧ୍ୟ କାନ୍ଦି ପକାଇଥିଲେ। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଭିଭାବକଙ୍କ କହିବା ଅନୁଯାୟୀ, ଆଶିଷ୍‌ ସାର୍‌ କେବଳ ପିଲାଙ୍କୁ ପାଠ ପଢାଉ ନ ଥିଲେ ସେ ଗାଁର ସୁବିଧା ଅସୁବିଧା ବୁଝୁଥିଲେ। ତାଙ୍କ ବଦଳିରେ ଗାଁ ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି।

Share