ଶାହାଙ୍କ ଗସ୍ତକୁ ସୁନ୍ଦରଗଡ଼ରେ ବିରୋଧ: କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ସୁନ୍ଦରଗଡ଼,୨୮।୨(ଡି.ଏନ୍‌.ଏ.): ସ୍ଥାନୀୟ ଡିଆର୍‌ଡିଏ ଛକଠାରେ ଶୁକ୍ରବାର ମଧ୍ୟାହ୍ନରେ ପୂର୍ବତନ ଜିଲାସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସ୍ବେଚ୍ଛାଚାରୀ ଓ ହିଂସା ସୃଷ୍ଟିକାରୀ ଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ସମ୍ପାଦକ ପ୍ରଫୁଲ୍ଲ କୁମାର ସୁନାନି, ଅଜିତ ପ୍ରସାଦ, ନରେଶ ପ୍ରତାପ ସିଂହ, ସଞ୍ଜୟ ସାହୁ ମନବୋଧ ପଟେଲ, ଉଦିତ କୁମ୍ଭାର, ନରେନ୍ଦ୍ର କୁମାର ସିଂଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।