ଭୁବନେଶ୍ୱର,୧୮।୩(ବ୍ୟୁରୋ): ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଏବଂ ମାଲାୟଲମ୍ ପ୍ରଭୃତି ଭାଷାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ସଂସ୍କୃତ ଭାଷାର ପ୍ରସାର ଲାଗି ଧ୍ୟାନ ଦିଆଯାଉଛି। କଂଗ୍ରେସ ନେତା ଜୟରାମ ରମେଶ ସୋମବାର ରାଜ୍ୟ ସଭାରେ ଏହା କହି ଚିନ୍ତା ପ୍ରକଟ କରିଛନ୍ତି।
ଉଚ୍ଚସଦନରେ ‘କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୧୯’ ସଂକ୍ରାନ୍ତ ଆଲୋଚନାରେ ବକ୍ତବ୍ୟ ରଖି ଜୟରାମ କହିଥିଲେ ଯେ, କେନ୍ଦ୍ର ସରକାର ସଂସ୍କୃତର ପ୍ରସାର ପାଇଁ ଲାଗିପଡ଼ିଛନ୍ତି। ଫଳରେ ଅନ୍ୟ ଆଞ୍ଚଳିକ ଭାଷା ଗୁରୁତ୍ୱ ପାଇପାରୁ ନାହିଁ, ଯାହା ସେଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ଜୟରାମ କହିଥିଲେ ଯେ, ଗତ ୩ ବର୍ଷରେ ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ସଂସ୍କୃତ ଅପେକ୍ଷା ବହୁଳ କଥିତ ଏବଂ ବ୍ୟବହାର ହେଉଥିବା ଓଡ଼ିଆ ଓ ମାଲାୟଲମ୍ ପାଇଁ ଟଙ୍କାଟିଏ ବିନିଯୋଗ କରାଯାଇନାହିଁ। ସଂସ୍କୃତ ପାଇଁ ୬୫୦ କୋଟି ଟଙ୍କା, ତାମିଲ ପାଇଁ ୨୪ କୋଟି, କନ୍ନଡ଼ ଓ ତେଲୁଗୁ ପାଇଁ ୩ କୋଟି ଲେଖାଏ ବ୍ୟୟ କରାଯାଇଥିବା ବେଳେ ଓଡ଼ିଆ ଓ ମାଲାୟଲମ୍ ପାଇଁ ଏକ ଟଙ୍କା ଖର୍ଚ୍ଚ ହୋଇ ନାହିଁ ବୋଲି ରମେଶ କହିଛନ୍ତି। ଭାରତରେ ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଏବଂ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ତାମିଲ କେବଳ ତାମିଲନାଡୁର ଭାଷା ନୁହେଁ; ଓଡ଼ିଆ ମଧ୍ୟ ଏକ ଜାତୀୟ ଭାଷା। କୋଟି କୋଟି ଲୋକଙ୍କ ଦ୍ୱାରା ଏହି ଭାଷା ବ୍ୟବହୃତ ହୋଇଆସୁଛି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ଭାଷା ପାଇଁ ୬୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହା ବିଶ୍ୱାସ କରି ହେଉ ନ ଥିଲେ ମଧ୍ୟ ତଥ୍ୟ ଆଧାରିତ ବୋଲି ଜୟରାମ କହିଥିଲେ।
ଅପରପକ୍ଷରେ ବିଜେଡି ରାଜ୍ୟ ସଭା ଏମ୍ପି ପ୍ରଶାନ୍ତ ନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଏହି ଭାଷାର ପ୍ରସାର ନେଇ ଅଣାଯାଇଥିବା ବିଲ୍କୁ ସ୍ବାଗତ କରିଥିଲେ। ସଂସ୍କୃତରେ ଭାଷଣ ଦେଇ ସେ କହିଥିଲେ, ସଂସ୍କୃତ ଏକ ପ୍ରାଚୀନ ଭାଷା ଓ ବିଶ୍ୱର କଲ୍ୟାଣ ପାଇଁ ଏହାର ରକ୍ଷଣାବେକ୍ଷଣ ହେବା ଦରକାର। ଏପରି କି ଭାରତୀୟ ଇତିହାସ ପାଇଁ ସଂସ୍କୃତର ଅବଶ୍ୟକତା ରହିଛି। ଲୋକେ ସଂସ୍କୃତକୁ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଇଥାଆନ୍ତି। ବାସ୍ତବରେ ପ୍ରାଚୀନ କାଳରେ ରଚିତ ବହୁ ଗ୍ରନ୍ଥ ଓ ବୈଜ୍ଞାନିକ କୃତି ସଂସ୍କୃତରେ ଲେଖାଯାଇଥିଲା ବୋଲି ନନ୍ଦ କହିଛନ୍ତି।
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା
ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…
ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର
ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…
ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…
ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…
କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…
ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…
ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ
ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…
ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି
ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…
Archives

