ଭୁବନେଶ୍ୱର,୧୮।୩(ବ୍ୟୁରୋ): ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଏବଂ ମାଲାୟଲମ୍ ପ୍ରଭୃତି ଭାଷାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ସଂସ୍କୃତ ଭାଷାର ପ୍ରସାର ଲାଗି ଧ୍ୟାନ ଦିଆଯାଉଛି। କଂଗ୍ରେସ ନେତା ଜୟରାମ ରମେଶ ସୋମବାର ରାଜ୍ୟ ସଭାରେ ଏହା କହି ଚିନ୍ତା ପ୍ରକଟ କରିଛନ୍ତି।
ଉଚ୍ଚସଦନରେ ‘କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୧୯’ ସଂକ୍ରାନ୍ତ ଆଲୋଚନାରେ ବକ୍ତବ୍ୟ ରଖି ଜୟରାମ କହିଥିଲେ ଯେ, କେନ୍ଦ୍ର ସରକାର ସଂସ୍କୃତର ପ୍ରସାର ପାଇଁ ଲାଗିପଡ଼ିଛନ୍ତି। ଫଳରେ ଅନ୍ୟ ଆଞ୍ଚଳିକ ଭାଷା ଗୁରୁତ୍ୱ ପାଇପାରୁ ନାହିଁ, ଯାହା ସେଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ଜୟରାମ କହିଥିଲେ ଯେ, ଗତ ୩ ବର୍ଷରେ ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ସଂସ୍କୃତ ଅପେକ୍ଷା ବହୁଳ କଥିତ ଏବଂ ବ୍ୟବହାର ହେଉଥିବା ଓଡ଼ିଆ ଓ ମାଲାୟଲମ୍ ପାଇଁ ଟଙ୍କାଟିଏ ବିନିଯୋଗ କରାଯାଇନାହିଁ। ସଂସ୍କୃତ ପାଇଁ ୬୫୦ କୋଟି ଟଙ୍କା, ତାମିଲ ପାଇଁ ୨୪ କୋଟି, କନ୍ନଡ଼ ଓ ତେଲୁଗୁ ପାଇଁ ୩ କୋଟି ଲେଖାଏ ବ୍ୟୟ କରାଯାଇଥିବା ବେଳେ ଓଡ଼ିଆ ଓ ମାଲାୟଲମ୍ ପାଇଁ ଏକ ଟଙ୍କା ଖର୍ଚ୍ଚ ହୋଇ ନାହିଁ ବୋଲି ରମେଶ କହିଛନ୍ତି। ଭାରତରେ ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଏବଂ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ତାମିଲ କେବଳ ତାମିଲନାଡୁର ଭାଷା ନୁହେଁ; ଓଡ଼ିଆ ମଧ୍ୟ ଏକ ଜାତୀୟ ଭାଷା। କୋଟି କୋଟି ଲୋକଙ୍କ ଦ୍ୱାରା ଏହି ଭାଷା ବ୍ୟବହୃତ ହୋଇଆସୁଛି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ଭାଷା ପାଇଁ ୬୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହା ବିଶ୍ୱାସ କରି ହେଉ ନ ଥିଲେ ମଧ୍ୟ ତଥ୍ୟ ଆଧାରିତ ବୋଲି ଜୟରାମ କହିଥିଲେ।
ଅପରପକ୍ଷରେ ବିଜେଡି ରାଜ୍ୟ ସଭା ଏମ୍ପି ପ୍ରଶାନ୍ତ ନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଏହି ଭାଷାର ପ୍ରସାର ନେଇ ଅଣାଯାଇଥିବା ବିଲ୍କୁ ସ୍ବାଗତ କରିଥିଲେ। ସଂସ୍କୃତରେ ଭାଷଣ ଦେଇ ସେ କହିଥିଲେ, ସଂସ୍କୃତ ଏକ ପ୍ରାଚୀନ ଭାଷା ଓ ବିଶ୍ୱର କଲ୍ୟାଣ ପାଇଁ ଏହାର ରକ୍ଷଣାବେକ୍ଷଣ ହେବା ଦରକାର। ଏପରି କି ଭାରତୀୟ ଇତିହାସ ପାଇଁ ସଂସ୍କୃତର ଅବଶ୍ୟକତା ରହିଛି। ଲୋକେ ସଂସ୍କୃତକୁ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଇଥାଆନ୍ତି। ବାସ୍ତବରେ ପ୍ରାଚୀନ କାଳରେ ରଚିତ ବହୁ ଗ୍ରନ୍ଥ ଓ ବୈଜ୍ଞାନିକ କୃତି ସଂସ୍କୃତରେ ଲେଖାଯାଇଥିଲା ବୋଲି ନନ୍ଦ କହିଛନ୍ତି।
ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...
ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...
ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି
ଭୁବନେଶ୍ୱର,୨୮ା୧୨(ସୁନିତ୍ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...
୭୦% ଚାଷୀଙ୍କୁ ମିଳୁନି କେସିସି ଋଣ
ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...
୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍ ତଥ୍ୟ
ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...
ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...
ସରକାରଙ୍କ ବଡ଼ ଘୋଷଣା, ଅନ୍ଲାଇନରେ ହେବନି…
କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍ଲାଇନରେ ଗ୍ରହଣ କରାଯିବ।...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
Archives


