Categories: ଜାତୀୟ

ଶାଶୁ, ନଣନ୍ଦଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା ରାୟ

ପାଟନା,୨୯।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ଶାଶୁ ରାବ୍ରିି ଦେବୀ ଏବଂ ନଣନ୍ଦ ମୀସା ଭାରତୀଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋତେ ଶାଶୁ ଘରେ ଖାଇବାକୁ ଦିଆଯାଉ ନ ଥିଲା। ଏପରିକି ରୋଷେଇ ଘରେ ପଶିବାକୁ ବାରଣ କରାଯାଉଥିଲା। ମୋ ବାପଘରୁ ସବୁବେଳେ ମୋ ପାଇଁ ଖାଦ୍ୟ ଆସୁଥିଲା ବୋଲି ସେ କହିଛନ୍ତି। ଯଦି ମୋ ଶଶୁର ଥାନ୍ତେ ତେବେ ସେ ଏମିତି ହେବାକୁ ଦେଇ ନ ଥାନ୍ତେ ବୋଲି ସେ କହିଛନ୍ତି। ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବ ଐଶ୍ୱର୍ଯ୍ୟାଙ୍କୁ ଗତ ମେ ମାସରେ ବିବାହ କରିଥିଲେ। କିନ୍ତୁ ବିବାହର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ତେଜପ୍ରତାପ ଫ୍ୟାମିଲି କୋର୍ଟରେ ଐଶ୍ବର୍ଯ୍ୟାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ। ସେଥିରେ ସେ ଏହାର ମୂଳ କାରଣ ଐଶ୍ବର୍ଯ୍ୟାଙ୍କ ନିଷ୍ଠୁର ବ୍ୟବହାରକୁ ଦର୍ଶାଇଥିଲେ। ଏଥିରେ ଐଶ୍ୱର୍ଯ୍ୟା ଲାଲୁଙ୍କ ଘରୁ କାନ୍ଦି କାନ୍ଦି ବିଦାୟ ନେଇଥିଲେ। ସୂଚନାଯୋଗ୍ୟ,ଚଳିତବର୍ଷ ମେ ୧୨ ତାରିଖରେ ତେଜପ୍ରତାପଙ୍କ ବିବାହ ହୋଇଥିଲା। ଏହି ବିବାହ ବହୁ ଧୁମଧାମରେ ପାଳିତ ହୋଇଥିଲା। ଏଥିରେ ଦେଶର ନାମୀଦାମୀ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। ଐଶ୍ୱର୍ଯ୍ୟା ଆସିବା ପରେ ଘରକୁ ଅନେକ ଖୁସି ନେଇ ଆସିଛି ବୋଲି ସେତେବେଳେ ରାବ୍ରି ଦେବୀ କହିଥିଲେ। ସେହିଦିନ ତେଜପ୍ରତାପ ସୋସିଆଲ ମିଡିଆରେ ଐଶ୍ବର୍ଯ୍ୟାଙ୍କୁ ସାଇକେଲରେ ବସାଇଥିବାର ଫଟୋ ଅପଲୋଡ କରିଥିଲେ, ଯାହା ଭାଇରାଲ ହୋଇଥିଲା। ଏବେ ନବଦମ୍ପତିିଙ୍କ ଭିତରେ ଫାଟ ସୃଷ୍ଟି ହେବା ଯୋଗୁ ବିହାରରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଚାରା ଘୋଡାରେ ଦେଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ uଯାଦବ ଏବେ ଜେଲରେ ଅଛନ୍ତି।

Share