ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ

ବଇଣ୍ଡା,୨୪।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଲୁହାମୁଣ୍ଡା ବାରିକ ସାହିରୁ ଶୁକ୍ରବାର ସାରେ ଏକ ଚୋରା ଶାଳ କାଠ ବୋଝେଇ ହୋଇଥିବା ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି। ଏଥିରେ ୨୨ ସିପ୍ଟ କାଠ ଥିବାବେଳେ ୩୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଘଟଣାରୁ ଜଣାପଡ଼ିଛି, ଏକ (ଓଆର୧୯ଜି୯୪୩୯) ଟ୍ରାକ୍ଟରରେ ଚୋରା ଶାଳ ଚଉ କାଠ ବୋଝେଇ କରି ବାହାରକୁ ଚାଲାଣ ହେଉଥିବା ଖବରପାଇ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କ ସମେତ ବନବିଭାଗ କର୍ମଚାରୀ ଚଢାଉ କରି ଜବତ କରିଥିଲେ। ଏଥିରେ କାହାରିକୁ ଗିରଫ କରାଯାଇ ନାହିଁ।