ଶାରିଶୂଆରେ ବେଆଇନ ଖଣି ଖନନ

ଖଇରା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଓ ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନରେ ଥିବା ଶାରିଶୂଆ ପାହାଡ଼ରେ ବେଆଇନ ଖଣି କାରବାର ଚରମ ସୀମାରେ ପହଞ୍ଚିଛି। ଖଇରା ତହସିଲ ଅଧୀନରେ ୯୭ଖଣି ମଧ୍ୟରୁ ୩୫ ଖଣି ଲିଜ୍‌ ନେଇଥିବା ବ୍ୟକ୍ତି ନିଲାମ ଅର୍ଥ ପୈଠ କରିଥିବାବେଳେ ସମସ୍ତ ଖଣିରୁ ଚୋରାରେ ମୋରମ ଉତ୍ତୋଳନ କରାଯାଉଛି। ଏଭଳିକି ଭିଜିଲାନ୍ସ ଓ ହାଇକୋର୍ଟ କେସ୍‌ ଚାଲିଥିବା କିଛି ଖଣିରୁ ମଧ୍ୟ ମାଫିଆମାନେ ଟନ ଟନ ପଥର ଉତ୍ତୋଳନ କରି ପରିବହନ କରୁଛନ୍ତି। ୱାଗନ ମେଶିନରେ ବ୍ଲାଷ୍ଟିଂ ଯୋଗୁ ଘର କାନ୍ଥରେ ଫାଟ ସୃଷ୍ଟି ହେଉଛି। ଫଳରେ ପାହାଡ଼ତଳି ବାସିନ୍ଦା ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି।
ଖଣି ସଂଲଗ୍ନ ରାସ୍ତାଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ପାଦରେ ଚାଲିଚାଲି ଯିବା ଅସମ୍ଭବ ହୋଇପଡୁଛି। ଓଭରଲୋଡିଂ କରି ପରିବହନ କରାଯାଉଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଖଣିନିଲାମଧାରୀମାନେ ଖଣିର ଗଭୀରତା ୧୧ଫୁଟ ରଖିବାର ନିୟମ ଥିଲେ ହେଁ ଗୋଟିଏ ଗୋଟିଏ ଖଣି ୮୦ଫୁଟ ପର୍ଯ୍ୟନ୍ତ ଖୋଳାଯାଉଛି। ପ୍ରତ୍ୟେକ ବର୍ଷ ଧନଜୀବନ ହାନି ଘଟୁଥିଲେ ମଧ୍ୟ ଅଧିକାରୀମାନେ ଚୁପ୍‌ ରହିଯାଉଛନ୍ତି। ହାତୀ ଚଲାପଥ ମଧ୍ୟରେ ଆସୁଥିବା ଅଧିକାଂଶ ଖଣିକୁ କେତେକ ସଂସ୍ଥା ଦ୍ୱାରା ଭୁଲ ଦର୍ଶାଇ ୫ ବର୍ଷିଆ ଲିଜ୍‌ ଦେଇ ପରିବେଶ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ପାହାଡ଼ ସଂଲଗ୍ନ ଚାଷ ଜମିଗୁଡ଼ିକରେ ପଥରଖଣ୍ଡ ଧସି ପଡୁଥିବାରୁ ଚାଷଜମି ଅବ୍ୟବହୃତ ହୋଇପଡ଼ିଲାଣି। ଖଣିମାଲିକମାନେ ବହୁଳ ଭାବେ ମେଶିନ ବ୍ୟବହାର କରିବା ଯୋଗୁ ଶ୍ରମିକମାନେ ଜୀବିକା ହରାଉଛନ୍ତି। ଶହଶହ ସଂଖ୍ୟାର ଗ୍ରାମବାସୀ ବାଧ୍ୟହୋଇ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି। ଶ୍ରମ ଆଇନ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଖଣିରେ ପଡି ମୃତ୍ୟୁବରଣ କରୁଥିବା କିମ୍ବା ଆହତ ହେଉଥିବା ଶ୍ରମିକମାନେ ସାମାନ୍ୟତମ କ୍ଷତିପୂରଣ ପାଉନାହାନ୍ତି। କେହି ଗ୍ରାମବାସୀ ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି। ପାହାଡ଼ ପାଦଦେଶରେ ରହୁଥିବା ୨୦ଖଣ୍ଡ ଗ୍ରାମର ଲୋକେ ନିର୍ଯାତନାର ଶିକାର ହେଉଛନ୍ତି। ପରିବହନ ସମୟରେ ଗୋଟିଏ ଚାଲାଣକୁ ଏକାଧିକ ଥର ବ୍ୟବହାର କରାଯାଉଛି। ନିଜ ସୁରକ୍ଷା ଦାବି କରି ଗ୍ରାମବାସୀ ସୋମବାର ଖଇରା ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ। ସେଠାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଜିଲାପାଳ ଚକ୍ରବର୍ତ୍ତୀ ରାସ୍ତାରେ ସିସି କ୍ୟାମେରା ଲଗାଇବାକୁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ ଜଣାଇଛନ୍ତି। ଏ ସମ୍ପର୍କରେ ନିଲୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଏକ ଟିମ୍‌ ଗଠନ କରାଯାଇ ସମସ୍ତ ଖଣି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri