ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ

ପାତ୍ରପୁର,୨୩ା୯(ଡି.ଏନ.ଏ.): ସାମନ୍ତିଆପଲ୍ଲୀ ରେଞ୍ଜ ନାରାୟଣପୁର ଛକ ନିକଟରେ ଶୁକ୍ରବାର ଆନ୍ଧ୍ର ଚାଲାଣ ବେଳେ ଜଙ୍ଗଲ ବିଭାଗ ଶଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲାର ଅର୍ଜ୍ଜୁନ ନାଇକ ଏବଂ ପୂର୍ଣ୍ଣଚନ୍ଦ୍ର ଗୌଡ଼। ଆଦିବାସୀ ଇଲାକାରୁ ବିଭିନ୍ନ ମୂଲ୍ୟବାନ କାଠ ଆନ୍ଧ୍ର ଚାଲାଣ ହେଉଥିବା ରେଞ୍ଜର ମନୋଜ କୁମାର ପାତ୍ର ଖବର ପାଇ ଫରେଷ୍ଟର ରତ୍ନ କୁମାର ବେହେରା ଓ ତରୁଣେସ୍ବର ଶବରଙ୍କ ସହ ଚଢ଼ାଉ କରିଥିଲେ। ମହିନ୍ଦ୍ରା ଟ୍ରାକ୍ଟର ଯୋଗେ ୩୦ ଶାଗୁଆନ କାଠଗଣ୍ଡି ପ୍ରାୟ ୪୩.୨୯ସିଏଫଟି କାଠ ନେଉଥିବା ବେଳେ ଜଙ୍ଗଲ ବିଭାଗ ଚଢ଼ାଉ କରିଥିଲେ।