ଶହେ ବର୍ଷର ବୃଦ୍ଧା ପାଳିଲେ ୨୫ତମ ଜନ୍ମଦିନ

ଓ୍ବାଶିଂଟନ,୧।୩: ଆମେରିକାର ଜଣେ ବୃଦ୍ଧା ଡୋରିସ୍‌ କ୍ଲିଫ୍‌ ଶହେ ବର୍ଷ ବୟସରେ ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। ଆମେରିକାର ପୋର୍ଟସ ମାଉଥ୍‌ରେ ଜନ୍ମ ନେଇଥିବା ଏହି ମହିଳାଙ୍କ ଜନ୍ମଦିନ ହେଉଛି ଫେବୃୟାରୀ ୨୯। ଏହା ଅଧିବର୍ଷ ହୋଇଥିବାରୁ ପ୍ରତି ୪ ବର୍ଷରେ ଥରେ ପଡିଥାଏ ଫେବୃୟାରୀ ୨୯। ତେଣୁ ମହିଳା ଜଣଙ୍କ ୧୦୦ ବର୍ଷରେ ପାଦ ଦେଇଥିବା ବେଳେ ଏବେ ସେ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିଛନ୍ତି ବୋଲି କହିଛନ୍ତି। ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ଏକ ସର୍‌ପ୍ରାଇଜ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା। ଏକ ସାକ୍ଷାତ୍‌କାରରେ ଡୋରିସ କହିଛନ୍ତି ୨୫ ତମ ଜନ୍ମଦିନ ପାଳନ କରି ତାଙ୍କୁ ଖୁସି ଲାଗୁଛି। ଜୀବନରେ ସେମିତି କିଛି ବଦଳି ନାହିଁ ବରଂ ସେ ତାଙ୍କ ପରିବାର ସହ ଖୁସିରେ ଅଛନ୍ତି ବୋଲି କହିଛନ୍ତି।

Share