Categories: ଜାତୀୟ

ଶହୀଦ ଦିବସରେ ଭଗତ ସିଂ, ସୁକଦେବ, ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶହୀଦ ଦିବସ ଅବସରରେ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦି କହିଛନ୍ତି ଦେଶପ୍ରତି ଥିବା ଏମାନଙ୍କର ଅବଦାନକୁ କେବେ ଭୁଲି ହେବନାହିଁ। ଭାରତ ମାତାର ଏହି ବୀର ସନ୍ତାନଙ୍କୁ ସେ ଟୁଇଟ୍‌ କରି ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରତିବର୍ଷ ମାର୍ଚ୍ଚ ୨୩କୁ ଶହୀଦ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହିଦିନ ବିଳ୍ପପି ବୀର ଭଗତ ସିଂ, ସୁକଦେବ ଥାପର ଓ ରାଜଗୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। ବ୍ରିଟିଶ ଶାସକଙ୍କ ଦ୍ୱାରା ଏମାନଙ୍କ ୧୯୩୧ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

Share