Categories: ଜାତୀୟ

ଶଶି ଥରୁରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୨।୧୧: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଥରୁର ଦେଇଥିବା ବିବାଦୀୟ ବୟାନ ମାମଲାରେ ଦିଲ୍ଲୀ ରୋଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଥରୁରଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ଓ୍ବାରେଣ୍ଟ ଜାରି ହେବା ପରେ ଥରୁରଙ୍କ ଅଡୁଆ ବଢ଼ିଯାଇଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ ବେଙ୍ଗାଲୁରୁ ସାହିତ୍ୟ ସମାରୋହରେ ସେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ମୋଦି ହେଉଛନ୍ତି ଶିବଲିଙ୍ଗ ଉପରେ ବସିଥିବା ଏକ କଙ୍କଡା ବିଛା ସଦୃଶ। ଏହାକୁ ନା ହାତ ମାରିହେବ ନା ଚପଲରେ ମାରିହେବ ବୋଲି ଥରୁର କହିଥିଲେ। ଏହି ବୟାନ ପରେ ରାଜନୈତିକ ସରଗରମ ହୋଇଥିଲା। ଭାଜପା ନେତା ରାଜୀବ ବବ୍ବର ଏନେଇ ଥରୁରଙ୍କ ବିରୋଧରେ ଏକ ଅପରାଧିକ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ସେ କହିଥିଲେ, ଥରୁରଙ୍କ ଏହି ବୟାନ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଇଛି।

Share