Posted inଖେଳ

ଶରଣକୁଳ ସର୍ବଭାରତୀୟ ଫୁଟବଲ୍‌: ସୁନାବେଡ଼ାକୁ ହରାଇ ମଧ୍ୟପ୍ରଦେଶ ଚାମ୍ପିୟନ୍‌

ନୟାଗଡ଼ ଅଫିସ,୧୧।୧୧- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁକେଶ ଆଥ୍‌ଲେଟିକ ଆସୋସିଏଶନ ଆନୁକୁଲ୍ୟରେ ଅନୁଷ୍ଠିତ ୬୦ତମ ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ମଧ୍ୟପ୍ରଦେଶର ରତଲାମ୍‌ ସିଟି ଫୁଟବଲ୍‌ କ୍ଲବ ଚାମ୍ପିୟନ ହୋଇଛି। ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ରବିବାର ଖେଳାଯାଇଥିବା ଫାଇନାଲରେ ମଧ୍ୟ ପ୍ରଦେଶ ଟ୍ରାଇବ୍ରେକର ସହାୟତାରେ ୩-୨ ଗୋଲ୍‌ରେ ସାଇ ହାଲ୍‌ ସୁନାବେଡ଼ାକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧର ୩୩ ମିନିଟରେ ମଧ୍ୟପ୍ରଦେଶର ୧୦ ନମ୍ବର ଖେଳାଳି ସହସାଦ୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଏହା ପରେ ଖେଳର ଦ୍ୱିତୀୟାର୍ଦ୍ଧର ୨୪ ମିନିଟରେ ସୁନାବେଡ଼ାର ୧୦ ନମ୍ବର ଖେଳାଳି କାର୍ତ୍ତିକ ହାଲଙ୍କ ଗୋଲ୍‌ ବଳରେ ମ୍ୟାଚ୍‌ ୧-୧ ବରାବର ସ୍ଥିତିକୁ ଆଣିଥିଲା। ଏହାପରେ ନିର୍ଦ୍ଧାରିତ ସମୟସୀମା ଓ ଅତିରିକ୍ତ ୧୦ ମିନିଟ୍‌ ମଧ୍ୟରେ ଆଉ କୌଣସି ଗୋଲ୍‌ ସ୍କୋର ହୋଇ ପାରି ନ ଥିଲା। ଫଳରେ ଟ୍ରାଇବ୍ରେକର ସହାୟତାରେ ୩-୨ ଗୋଲ୍‌ରେ ମଧ୍ୟପ୍ରଦେଶ ବିଜୟୀ ହୋଇ ଟାଇଟଲ୍‌ ଜିତିଥିଲା।
ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏସ୍‌ପି ଶଶିଭୂଷଣ ଶତପଥୀ, ଡିଏଫଓ ଧନରାଜ ଏଚଡ଼ି, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଉପସ୍ଥିତ ରହିଥିଲେ। ଚାମ୍ପିୟନ୍‌ ଦଳ ୩୦ ହଜାର ଟଙ୍କା ସହିତ ଟ୍ରଫି ଓ ସୁନାବେଡ଼ା ଦଳ ୨୦ ହଜାର ଟଙ୍କା ସହିତ ରନର୍ସଅପ୍‌ ଟ୍ରଫି ହାସଲ କରିଥିଲା। ଶ୍ରେଷ୍ଠ ଖେଳାଳୀ ଭାବେ ମଧ୍ୟପ୍ରଦେଶର ଗୋଲକିପର ଭାଉତି ଓ ଶ୍ରେଷ୍ଠ ଧାରାବାହିକ ଖେଳାଳି ଭାବେ ସୁନାବେଡ଼ା ଦଳର ଶଙ୍କର ହାଲଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ପାଦକ ଯୋଗନ୍ଦ୍ରେ ନାଥ ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଉପସଭାପତି ବିକ୍ରମ କୁମାର ଦାଶ ଧନ୍ୟବାଦ ଦେଇଥିଲେ। ଶିବପ୍ରସାଦ ଦାସ ଖେଳ ପରିଚାଳନା କରିଥିବା ବେଳେ ରାଜୁ ମହାନ୍ତି, ପ୍ରିୟବ୍ରତ ବାହିନୀପତି, ଦିଗ୍‌ବିଜୟ ଦାସ ଲାଇନ୍‌ରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri