ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ ଅଭିଯାନରେ ସାମିଲ ହୋଇଥିବାରୁ ଶବାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶବାନା କହିଛନ୍ତି ପ୍ରତି ରବିବାର ଯଦି ସମସ୍ତେ ନିଜ ନିଜ ଘର ସଫା କରିବାକୁ ୧୦ ମିନିଟ୍‌ ସମୟ ଦେବେ ଓ ଜମା ହୋଇଥିବା ପାଣିକୁ ପରିଷ୍କାର କରିଦେବେ ତେବେ ଡେଙ୍ଗୁ ଦୂରେଇ ଯିବ ବୋଲି ସେ କହିଛନ୍ତି। ଏହା ଦେଖିବା ପରେ କେଜରିଓ୍ବାଲ କହିଛନ୍ତି ଆପଣଙ୍କର ଏହି ଯୋଗଦାନ ପରେ ଅନେକ ଲୋକ ଏଥିରେ ଯୋଡି ହୋଇ ଯିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କେଜରିଓ୍ବାଲ ଡେଙ୍ଗୁ ନିରାକରଣ ଉଦ୍ଦେଶ୍ୟରେ ନିଜ ଘର ସଫା କରିବା ସହ ଲୋକମାନଙ୍କୁ ସେମାନଙ୍କ ଘର ଚାରିପଟ ସଫା ରଖିବାକୁ କହିଥିଲେ।

Share