Categories: ଜାତୀୟ

ଶପଥ ଗ୍ରହଣ ଉତ୍ସବରେ କେଜ୍‌ରିଓ୍ବାଲ ପିନ୍ଧିଥିବା ସ୍ବେଟର୍‌ର ଦାମ୍‌ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୬।୨: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ। ଶପଥ ଗ୍ରହଣ ଉତ୍ସବରେ କଳାରଙ୍ଗର ପ୍ୟାଣ୍ଟ ସହିତ ଧଳାରଙ୍ଗ ଶାର୍ଟ ପିନ୍ଧିଥିଲେ। ତେବେ ସେ ପିନ୍ଧିଥିବା ମୋଣ୍ଟେ କାର୍ଲୋ କମ୍ପାନୀର ଏକ ସ୍ବେଟରକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ଏହି ସ୍ବେଟରର ମୂଲ୍ୟ ୧୬୦୦ ଟଙ୍କା। କେଜ୍‌ରିଓ୍ବାଲଙ୍କ ଏହି ସାଧାସିଧା ଅନ୍ଦାଜକୁ ୟୁଜର୍ସ ପସନ୍ଦ କରିଛନ୍ତି। ତେବେ ପୂର୍ବ ଦୁଇ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ମଥାରେ ଲାଲ୍‌ ରଙ୍ଗର ତିଳକ ନ ଥିବା ବେଳେ ଏଥର ତିଳକ ଲଗାଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଦିଲ୍ଲୀର ରାମଲୀଲା ମଇଦାନରେ ଗଭର୍ଣ୍ଣର ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। କେଜ୍‌ରିଓ୍ବାଲଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ କେଜ୍‌ରିୱାଲ କହିଥିଲେ,ଏହା ମୋର ନୁହେଁ, ଦିଲ୍ଲୀବାସୀଙ୍କ ବିଜୟ। ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛି। ଲୋକଙ୍କ ଜୀବନରେ ଟିକେ ଖୁସି ଆଣି ପାରିଥିବାରୁ ଅତ୍ୟନ୍ତ ଖୁସି ଅଛି।

Share