ଶନି ମନ୍ଦିରରୁ ଚୋରି ଘଟଣା: ହୁଣ୍ଡି ସହ ୧ ହଜାର ଟଙ୍କା ଜବତ୨ ନାବାଳକ ଗଲେ ସୁଧାର ଗୃହ

ବଡବିଲ, ୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ନିକଟ ଶନି ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡି ଚୋରି ଘଟଣାରେ ଶୁକ୍ରବାର ପୋଲିସ ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଥିବା ବେଳେ ହୁଣ୍ଡି ସହ ୧ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶୁପତିନାଥ ମନ୍ଦିର ପରିସରରେ ଥିବା ଶନି ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡିରେ ଥିବା ପ୍ରାୟ ୬ରୁ ୭ ହଜାର ଟଙ୍କା ହୁଣ୍ଡିସହ ଚୋରି କରିନେଇଥିବା ବଡବିଲ ଥାନାରେ ମନ୍ଦିର କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୋଲିସ ହୁଣ୍ଡି ସହ ୧ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଦୁଇ ନାବାଳକଙ୍କୁ କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଇ ସନ୍ଧ୍ୟାରେ ରାଉରକେଲାସ୍ଥିତ ସୁଧାର ଗୃହକୁ ପଠାଯାଇଥିବା ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।