ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିଲେ। ଏହି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆସନ୍ତା ଶନିବାର ଚାଇନା ଜାତୀୟ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ମାସରେ ଏଠାରେ ପ୍ରଥମେ କରୋନା ଭାଇରସ ଦେଖାଦେଇଥିବା ବେଳେ ଏବେ ଏହା ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଏବେ ଇଟାଲି ଓ ଆମେରିକାର ସ୍ଥିତି ସଙ୍ଗିନ ହୋଇ ପଡିଛି। ଭାରତ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହିଁ।

Share