ଶତାଧିକ ମାଛ ମୃତ:ଠିକାସଂସ୍ଥା ନାମରେ ଅଭିଯୋଗ

ବଇଣ୍ଡା,୧୫।୯(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ଚନ୍ଦନ ପୋଖରୀରେ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କରୁଥିବା ଠିକାସଂସ୍ଥା ପକ୍ଷରୁ ଶୁକ୍ରବାରଠାରୁ ରବିବାର ୩ ଦିନ ଧରି ବିଷାକ୍ତ ବସ୍ତୁ ପକାଯାଉଛି। ଫଳରେ ପୋଖରୀ ପାଣି ବିଷାକ୍ତ ହେବାସହିତ ଶତାଧିକ ମାଛ ରବିବାର ସକାଳେ ମରି ଭାସୁଥିବା ଦେଖିବାକୁ ମିଳିଛି। ଏ ନେଇ ପୋଖରୀକୁ ନିଲାମ ନେଇଥିବା ଶରଧାମୁଣ୍ଡା ଗ୍ରାମର ସୁରଥ ପ୍ରଧାନ ହଣ୍ଡପା ଥାନାରେ ଠିକାସଂସ୍ଥା ନାମରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣାରୁ ଜଣାପଡ଼ିଛି, ଚଳିତ ମାସ ୧୧,୧୨,୧୩ ତାରିଖରେ ପ୍ରଶାସନ ଓ ଠିକାସଂସ୍ଥା ପକ୍ଷରୁ ବଇଣ୍ଡା ଛକ ଅଞ୍ଚଳରେ ଥିବା ଦୋକାନ ଓ ବାସ ଗୃହ ଉଚ୍ଛେଦ କରାଯାଇଥିଲା। ଏଥିରୁ ବାହାରିଥିବା ଅଶଂବିଶେଷ ଓ ବିଷାକ୍ତ ବସ୍ତୁ ଗୁଡ଼ିକ ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ପକାଯାଇଛି। ଫଳରେ ଶହ ଶହ ମାଛ ମରି ଯାଇଛନ୍ତି। ଏହି ପୋଖରୀରେ ବଇଣ୍ଡା, ନୁନୁକାପଶି, ଶଙ୍ଖାରୀସାହି, ଦଳିତସାହି ଆଦି ଗ୍ରାମବାସୀ ଶୌଚ କରୁଥିବାବେଳେ ଏବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି ସନ୍ଦେହ କରାଯାଉଛି। ତୁରନ୍ତ ଠିକାସଂସ୍ଥା ପକ୍ଷରୁ ପୋଖରୀ ପାଣିକୁ ଶୁଦ୍ଧ କରିବା ସହ ବିଷାକ୍ତ ବସ୍ତୁ ଅନ୍ୟତ୍ର ପକାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ନୁନୁକାପଶି ସରପଞ୍ଚ ଜଳଧର ସାହୁ କହିଛନ୍ତି, ୨୦୧୮ରେ ଉକ୍ତ ପୋଖରୀରେ ଉକ୍ତ ଠିକାସଂସ୍ଥା ପକ୍ଷରୁ ବିଷାକ୍ତ ବସ୍ତୁ ପକାଯାଇଥିବାବେଳେ ପଞ୍ଚାୟତ ପକ୍ଷରୁ ମନା କରାଯାଇଥିଲା। ପୁଣି ୩ଦିନ ହେବ ବିଷାକ୍ତ ବସ୍ତୁ ଠିକାସଂସ୍ଥା ପକ୍ଷରୁ ଜୋର ଜବରଦସ୍ତ ପକାଯାଉଛି। ଫଳରେ ପୋଖରୀ ପାଣି ବିଷାକ୍ତ ହେବାସହ ମଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏ ନେଇ ପଞ୍ଚାୟତ ପକ୍ଷରୁ ଆଠମଲ୍ଲିକ ଉପଜିଲାପାଳ, କିଶୋରନଗର ବିଡିଓ, ତହସିଲଦାରଙ୍କୁ ଅବଗତ କରାଯାଇଛି। ଠିକାସଂସ୍ଥା ନାମରେ ମାମଲା ରୁଜୁ କରାଯିବ। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, ଚନ୍ଦନ ପୋଖରୀରେ ବର୍ଜ୍ୟବସ୍ତୁ ପକାଇବା ପାଇଁ କାହାରିକୁ ନିର୍ଦ୍ଦେଶ ଦିଆଯାଇନାହିଁ। ଉକ୍ତ ପୋଖରୀରେ ସର୍ବସାଧାରଣ ଲୋକ ନିର୍ଭର କରୁଛନ୍ତି। ଠିକାସଂସ୍ଥା ସେଠାରେ ବିଷାକ୍ତ ବସ୍ତୁ ନ ପକାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri