Categories: ଜାତୀୟ

ଶତାଦ୍ଦୀ ଏକ୍ସପ୍ରେସରେ ବୋମା ଆତଙ୍କ

ମଥୁରା,୨୮।୯: ରାଜଧାନୀ ଦିଲ୍ଲୀରୁ ଭୋପାଳ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ୍‌ ଟ୍ରେନରେ ଶନିବାର ବୋମା ଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଉକ୍ତ ଟ୍ରେନଟିକୁ ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ କିଛି ସମୟ ପାଇଁ ଅଟକାଇ ଦିଆଯାଇଥିଲା। ଷ୍ଟେସନରେ ପ୍ରାୟ ୨୦ ମିନିଟ ଧରି ଟ୍ରେନଟି ଠିଆ ହୋଇଥିଲା। ଘଟଣାସ୍ଥଳରେ ବିଡିଏସ୍‌, ଆର୍‌ପିଏଫ୍‌, ଜିଆର୍‌ପି ଓ ଡଗ୍‌ ସ୍ବାଡ ଟିମ୍‌ ପହଞ୍ଚି ଟ୍ରେନକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିବା ଜଣାପଡ଼ିଛି। ଏହାପରେ ଟ୍ରେନଟି ସ୍ବାଭାବିକ ଭାବେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା।

Share