ଶଟ୍‌ଡାଉନ ସମୟରେ ବାଲି ଚୋରାଚାଲାଣ

ଦେଓଗାଁ,୧୪ା୬(ଡି.ଏନ.ଏ)-ବଲାଙ୍ଗୀର ଜିଲା ଦେଓଗାଁ ତହସିଲ ଅନ୍ତର୍ଗତ ସୋନଗଡ ନଦୀ ଓ ତେଲନଦୀ ଅଞ୍ଚଳରୁ ପ୍ରତ୍ୟହ ଚାଲି ଚୋରାଚାଲାଣ ହେଉଛି। ଏପରିକି ଶନିବାର ଓ ରବିବାର ଶଟଡାଉନ ସମୟରେ ମଧ୍ୟ ବେଆଇନଭାବେ ଟ୍ରାକ୍ଟରରେ ବାଲି ଚୋରାଚାଲାଣ ହେଉଛି ା ଗତ ମାର୍ଚ୍ଚ ମାସରୁ ବାଲିଘାଟଗୁଡିକର ଲିଜ ଅବଧି ସରିଯାଇଛି ା କରୋନା ମୁକାବିଲା ଯୋଗୁଁ ନିଲାମ ପ୍ରକ୍ରିୟା ବିଳମ୍ବରେ ଏବେ ଆରମ୍ଭ ହୋଇଛି ା ହେଲେ ନିଲାମ ଶେଷ ହେବା ପୂର୍ବରୁ ବାଲିଘାଟମାନଙ୍କରୁ ଟ୍ରାକ୍ଟର ମାନଙ୍କରେ ବାଲିଚାଲାଣ ହେଉଛି ା ଏ ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି ା ଜରାସିଂହାର ସତୀଘାଟ, ସାଲେପାଲି ନିକଟ ଉଚ୍ଚବାହାଲିଘାଟ, ଚନ୍ଦ୍ରପୁର ରେଳଧାରଣା ପାଖରୁ ବାଲିଚୋରା ଚାଲାଣ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ା ଶନିବାର ଜରାସିଂହା ପଟରୁ ବରକାନୀ ନିକଟସ୍ଥ ମାହାକୁରପାଲି ଅଞ୍ଚଳର ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବାଲି ବୋଝେଇ ହୋଇ ଶିରାବାହାଲ ହାଇସ୍କୁଲ ଛକ ଦେଇ ଘୁଚିପାଲି ଅଭିମୁଖେ ଯାଉଥିବା ଦେଖାଯାଇଥିଲା ା ଏ ନେଇ ସମ୍ପୃକ୍ତ ଟ୍ରାକ୍ଟର ମାଲିକଙ୍କୁ ପଚାରିବାରୁ ବାଲିଘାଟ ନିଲାମ ହୋଇ ନ ଥିବାରୁ ଆମେ ବାଧ୍ୟ ହୋଇ ବାଲି ଆଣିବାକୁ ପଡୁଛି ବୋଲି କହିଥିଲେ। ଏଣୁ ବେଆଇନ ଚାଲାଣର ଅସୁଲି ଟଙ୍କା ନେଉଛି କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ତହସିଲଦାର ସୋନାଲି ପାତ୍ରଙ୍କୁ ପଚାରିବାରୁ ଚଢ଼ାଉ ଜାରୀ ରହିଛି, ଆଗକୁ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଚଢ଼ାଉକୁ ଜୋରଦାର କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri