ଶଙ୍କା ବଢାଉଛି ଦୁର୍ବଳ ନଦୀବନ୍ଧ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୧।୮-ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ୮.୬୪ ମିଟର ରହିଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଜଳସ୍ତର ୯.୧୮ ମିଟର ରହିଥିବା ଜଳସେଚନ ବିଭାଗ ପକ୍ଷରୁ ଜଣାଯାଇଛି। ସେହିପରି ଜଳକା ନଦୀର ଜଳସ୍ତର ପୂର୍ବାହ୍ନ ୧୦ଟା ସୁଦ୍ଧା ୬.୧୯ ମିଟର ଥିବା ବେଳେ ହ୍ରାସ ପାଇ ସନ୍ଧ୍ୟା ୭ଟା ସୁଦ୍ଧା ବିପଦସଙ୍କେତ ଉପରେ ୫.୯୬ ମିଟର ଉପରେ ପ୍ରବାହିତ ହେଉଛି। ଅପରପକ୍ଷରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ପୂର୍ବାହ୍ନ ୧୦ଟା ସୁଦ୍ଧା ୬.୨୦ ମିଟର ଥିବାବେଳେ ଜଳସ୍ତର କମି ସନ୍ଧ୍ୟା ୭ଟା ସୁଦ୍ଧା ୫.୬୮ ମିଟର ପ୍ରବାହିତ ହେଉଛି। ନଦୀ ଉପରମୁଣ୍ଡରେ ବର୍ଷା ପରିମାଣ ହ୍ରାସ ସତ୍ତ୍ୱେ ନଦୀ ତଳିଆ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ସେମାନେ ନାନା ଆଶଙ୍କାରେ ରହିଛନ୍ତି।
ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଅଧିକ ଆତଙ୍କିତ କରିଛି। କୋଟସାହି, ଗୋବର୍ଦ୍ଧନପୁର, ଜମାଳପୁର, ସାନ ରାଉତପଡା, ବାଇଗଣବାଡିଆ, ରେଳା, ନମକାନା, ଚିତମିଶ୍ରା, ବାଲିକବାଡ଼, ପାଇକସିଦା, ଗଡସାହି ବାଲିଆପାଳ, ପଶ୍ଚିମବାର୍ଡ଼, ଛୋଟଖାନପୁର, ମହୁଲିଆ, ଟିକାୟତପୁର, ସୁଖଦୁଃଖିଆ, ବେଲବାରିଆ, ଚକହରି, ଶିଖରପୁର, ରାଜନଗର, ଭାନୁପୁର, ମଥୁରାନାଥ, ରାଜନଗର, ବଜାରଶୋଳ, ଗୁରୁଦାସପୁର, ଶ୍ରୀରାମପୁର, ପ୍ରହରାଜପୁର, ବେହେରା ସାହି, ମାଳିପାଳ, ମୁଣତୁଣିଆ, ଓଲମରା, ମାକିଡ଼ିଆ, କୁଅଁରପୁର, ଗୋବରଘଟା, ଲକ୍ଷ୍ମଣନାଥ, ଗୋପ, ପଂଚୁଘଣ୍ଟା, ଶାସନବାଡ, ସେକବାଡ, ଝାଡେଶ୍ୱରପୁର, ରାଜପୁର, ମହମ୍ମଦନଗର ପାଟଣା, ସେକସରାଇ ଆଦି ଅଞ୍ଚଳରେ ଥିବା ନଦୀବନ୍ଧ ଦୁର୍ବଳ ସ୍ଥିତିରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ପଥର ସ୍ପର ଓ ପଥର ପ୍ୟାକିଂ ହେଉ ନ ଥିବା ସେମାନେ ଦର୍ଶାଇଛନ୍ତି। ସୁବର୍ଣ୍ଣରେଖା ନଦୀ ଓଡ଼ିଶାରେ ପ୍ରବେଶ କରିଥିବା ରାଜନଗର ଗ୍ରାମଠାରୁ ବଙ୍ଗୋପସାଗରରେ ପଡ଼ିଥିବା ବିଚିତ୍ରପୁର ଗ୍ରାମ ପର୍ଯ୍ୟନ୍ତ ସବୁ ଗ୍ରାମ ପାର୍ଶ୍ୱରେ ଥିବା ନଦୀବନ୍ଧ ପ୍ରାୟତଃ ଦୁର୍ବଳ ସ୍ଥିତିରେ ରହିଛି। ସେହିପରି ଜଳେଶ୍ୱର ବ୍ଲକର ମାକିଡ଼ିଆ ଠାରୁ ଭୋଗରାଇ ବ୍ଲକ ପଯର୍‌ୟନ୍ତ ସୁବର୍ଣ୍ଣରେଖା ନଦୀବନ୍ଧର ଅବସ୍ଥା ଦୁର୍ବଳ ରହିଛି। କେତେକ ସ୍ଥାନରେ ବିଭାଗ ତରଫରୁ ତରବରିଆ ଭାବେ ବାଲିବସ୍ତା ପକାଯାଇଛି। ଅନ୍ୟ ଜାଗାରେ କାମ ଆରମ୍ଭ ହୋଇନାହିଁ। ଏହାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗୀୟ ଅଧିକାରୀ ନଦୀବନ୍ଧ ତଦାରଖ ଆରମ୍ଭ କରିଛନ୍ତି। ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବା ଓ ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ରାଜଘାଟଠାରେ ଓଡ୍ରାଫ୍‌ ଟିମ୍‌କୁ ସଜାଗ କରାଯାଇଛି। ଜଳେଶ୍ୱର ବ୍ଲକ ତରଫରୁ ୩ଟି ଓ ତହସିଲ ପକ୍ଷରୁ ୩ଟି ବୋଟ୍‌ ମଧ୍ୟ ରଖାଯାଇଛି। ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ, ଚୁଡ଼ା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri