ଲୟୋଲା ସିନର୍ଜି-୨୦୧୯ରେ ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରଦର୍ଶନ: ଭୟଭୀତ କଲା ‘ହଣ୍ଟେଡ୍‌ ହାଉସ୍‌’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଘର ପୂରା କିଟ୍‌ କିଟ୍‌ ଅନ୍ଧାର ଥିଲା। କଟା ମୁଣ୍ଡ ସହିତ ସଂରକ୍ଷିତ ଶବ ସେହି ଘରେ ଥିଲା। ଆଉ ଠାଏ ଠାଏ ରକ୍ତ ଛିଟା ପଡ଼ିଥିଲା। କିଏ ପାଟି କରି ଚିଲାଉଥିଲା ତ’ ଆଉ କିଏ କାହା ଉପରେ ଡେଇଁ ପଡ଼ୁଥିଲା। ଏସବୁ ଦେଖିଲେ ଭୂତ କୋଠି ବୋଲି ଅନୁଭବ ହେଉଥିଲା। ଏହା କୌଣସି ଫିଲ୍ମର ଅଂଶ ନ ଥିଲା, କେତେଜଣ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ‘ହଣ୍ଟେଡ୍‌ ହାଉସ୍‌’ର ଦୃଶ୍ୟ ଥିଲା।

ଶନିବାର ଉଦ୍‌ଘାଟିତ ହୋଇଥିବା ଲୟୋଲା ସ୍କୁଲର ପଞ୍ଚମ ବାର୍ଷିକ ପ୍ରଦର୍ଶନୀ ‘ଲୟୋଲା ସିନର୍ଜି-୨୦୧୯’ରେ ନବମ ଶ୍ରେଣୀ ‘ବି’ ସେକ୍ସନ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏହି ‘ହଣ୍ଟେଡ୍‌ ହାଉସ୍‌’। ଏକ ରୁମ୍‌କୁ ଅନ୍ଧାର କରି ସେଠାରେ ଭୂତ କୋଠିର ଦୃଶ୍ୟ ଯେଭଳି ଅନୁଭବ ହେବ ସେହିପରି ସଜା ଯାଇଥିଲା। ଭିତରେ ୩ଜଣ ପିଲା ଭୂତ ବେଶରେ ରହିଥିଲେ। ଗୋଟିଏ ପାର୍ଶ୍ୱରେ ପ୍ରବେଶ ଓ ଆଉ ଅନ୍ୟପଟେ ପ୍ରସ୍ଥାନ ଥିଲା। ଏକାଥରକେ ଦୁଇଜଣଙ୍କୁ ସେହି ‘ହଣ୍ଟେଡ୍‌ ହାଉସ୍‌’କୁ ଦେଖିବା ପାଇଁ ଛଡ଼ା ଯାଉଥିଲା। ତା’ ଭିତରକୁ ଯିଏ ଯାଉଥିଲେ ସେମାନଙ୍କ ଉପରକୁ କଟା ମୁଣ୍ଡ ଫୋପାଡ଼ିବା ସହିତ ବିଭିନ୍ନ ଉପାୟରେ ଭୟଭୀତ ପରିସ୍ଥିତି ସୃଷ୍ଟି କରାଯାଉଥିଲା। ବାହାରିବା ସମୟରେ ସବୁଠାରୁ ବେଶି ଭୟ ଲାଗୁଥିଲା। ଯେତେବେଳେ ଦେଖଣାହାରୀ ପ୍ରସ୍ଥାନ ବାଟ ଦେଖି ଖୁସିରେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥାଏ ସେହି ସମୟରେ ଭୂତ ବେଶରେ ଥିବା ଜଣେ ପିଲା ଗୋଡ଼ ଧରି ପକାଉଥିଲା। ଏଭଳି ପିଲା ଓ ଅଭିଭାବକଙ୍କ ଭୟ ଓ ଚିତ୍କାରରେ ଫାଟିପଡୁଥିଲା ‘ଲୟୋଲା ସିନର୍ଜି’ର ଏହି ‘ହଣ୍ଟେଡ୍‌ ହାଉସ୍‌’। ଏଥିରେ ପ୍ରାୟ ୨୦ଜଣ ଅଂଶଗ୍ରହଣ କରିଥିଲେ।

ଏହି ପ୍ରଦର୍ଶନୀକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ଡ. ଉଷାରାଣୀ ସାହୁ ଉଦ୍‌ଘାଟନ କରି କଠିନ ପରିଶ୍ରମ କରି ସଫଳତା ହାସଲ କରିବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମଡେଲ, ପ୍ରକଳ୍ପ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପରିବେଶ ସଚେତନତା କାଯର୍ର୍‌ୟକ୍ରମ, ଧର୍ମ ଏବଂ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ବହୁ ଶିକ୍ଷା ପ୍ରଦାନ କରିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯାଇପାରିବ ତାହା ଛାତ୍ରୀଛାତ୍ର ପ୍ରକଳ୍ପ ମାଧ୍ୟମରେ ବୁଝାଇଥିଲେ। ପିଲାଙ୍କ ସୃଜନଶୀଳତା ଏବଂ ଅନ୍ତର୍ନିହିତ ପ୍ରତିଭାର ବିକାଶ ସାଧନ ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ୍‌ ମିସ୍‌କୁଇଥ ଏସ.ଜେ. ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri