ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା

ଫିରିଙ୍ଗିଆ, ୮ା୬ – କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ସେଠାରେ ନଳକୂପ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ପାଣି ଲାଗି ଲୋକେ ହଇରାଣ ହେଉଛନ୍ତି। ସେମାନଙ୍କର ନଦୀ ଏକମାତ୍ର ଭରସା। ଆବହମାନ କାଳରୁ ପାଖ ସୁନାମୁଦୀ ନଦୀ ପାଣିକୁ ବ୍ୟବହାର କରି ଚଳୁଛନ୍ତି। ଏବେ ଖରାଦିନ ହୋଇଥିବାରୁ ଜଳସ୍ତର ମଧ୍ୟ କମି ଗଲାଣି। ଫଳରେ ପାଣି ଅଧିକ ଗୋଳିଆ ରହୁଛି । କିଛି ଉପାୟ ନ ଥିବାରୁ ସେହି ପାଣିକୁ ନେଇ ପିଇବାକୁ ବାଧ୍ୟ ହେଉଛନ୍ତି। ବହୁ ବର୍ଷ ହେଲା ଗ୍ରାମରେ ଦୁଇଟି ନଳକୂପ ବସିଥିଲା। ପ୍ରଥମରୁ ଗୋଟିଏରୁ ପାଣି ବାହାରିଲା ନାହିଁ। ଅନ୍ୟଟିରୁ ଘଣ୍ଟାଏରେ ଅଧ ବାଲଟିଏ ପାଣି ବାହାରୁଛି। ତାହା ପୁଣି ଆଇରନ ମିଶ୍ରିତ କଳା ପାଣି। ଯାହାକୁ କେବେ ବି ଗ୍ରାମର ଲୋକେ ପିଇନାହାନ୍ତିି। ପାନୀୟ ଜଳ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ପ୍ରତିକାର କରୁ ନାହାନ୍ତିି।
ଏହି ଦୁଇଟି ପଡା ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଗୋଚ୍ଛାପଡା ସହରଠାରୁ ମାତ୍ର ୪/୫ କିମି ଦୂରରେ ରହିଛି ଏହି ଗ୍ରାମ। ତଥାପି ଏଠି ପାନୀୟ ଜଳ ପ୍ରତି ପ୍ରଶାସନ କି ଲୋକ ପ୍ରତିନିଧି ଦୃଷ୍ଟି ନ ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରଙ୍କ ତରଫରୁ ବହୁ ବର୍ଷ ହେଲା ଲୋହୁରା ସାହିରେ ନଳକୁପ ବସା ଯାଇଥିଲା। ସେଥିରୁ ଗୋଟିଏରୁ ପାଣି ବାହାରିଲା ନାହିଁିଁ। ଅନ୍ୟଟିରେ କଳା ପାଣି ବାହାରୁଛି। ଆମେ ପିଇବା ପାଣିଠୁ ଆରମ୍ଭ କରି ଗାଧୋଇବା ଓ ଶୌଚ ଇତ୍ୟାଦି କରିବାକୁ ହେଲେ ସୁନାମୁଦୀ ନଦୀ ଉପରେ ନିର୍ଭର କରୁଛୁ। ଖରାଦିନେ ଏବଂ ବର୍ଷା ଦିନେ ପାଣି ଅତ୍ୟନ୍ତ ଦୂଷିତ ହୋଇଥାଏ। ଯାହାକୁ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନ୍ୟ କିଛି ବିକଳ୍ପ ନ ଥିବାରୁ ଆମେ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ଅନେକ ସମୟରେ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ସରକାର ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ମିଳୁନାହିଁ ବୋଲି ଋଷି ବିନ୍ଧାଣୀ, କମଳା ବିନ୍ଧାଣୀ, ରାଜ ବିନ୍ଧାଣୀ ଓ ଭୌରୀ ବିନ୍ଧାଣୀ ପ୍ରମୁଖ ପ୍ରକାଶ କରିଛନ୍ତିି। କହି କହି ଥକି ଗଲୁଣି, କେହି ଆମ କଥା ଶୁଣୁ ନାହାନ୍ତି। ନିର୍ବାଚନ ବେଳେ କହିଲେ ପାଣି ସମସ୍ୟା ସମାଧାନ ହେବ। ଏବେ ନିର୍ବାଚନ ସରି ଗଲାଣି। ଗ୍ରାମକୁ କେହି ଆସୁ ନାହାନ୍ତିି। ପାଖରେ ସରପଞ୍ଚ ଥାଇ ବି କିଛି ପଦକ୍ଷେପ ନେଉ ନ ଥିବା ଗ୍ରାମର ଟଙ୍କଧର ବିନ୍ଧାଣୀ, ସୁରେନ୍ଦ୍ର ବିନ୍ଧାଣୀ, ବାସନ୍ତୀ ବିନ୍ଧାଣୀ, ପାନିକୀ ବିନ୍ଧାଣୀ ପ୍ରମୁଖ କହିଛନ୍ତିି। ଏ ନେଇ ସରପଞ୍ଚ ସୁମିତ୍ରା କହଁରଙ୍କୁ ପଚାରିବାରୁ ଆମେ ବିଡିଓଙ୍କୁ ଏବଂ ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସକୁ ଲେଖିକି ଜଣାଇଛୁ। ସେମାନେ ଆସୁ ନାହାନ୍ତିି କି କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ବିଡିଓ ବିଡ଼ିଓ ପ୍ରବୀଣ କୁମାର ବାଣୁଆ କୁହନ୍ତି, ପଞ୍ଚାୟତରେ ଟଙ୍କା ଅଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସରେ ଟଙ୍କା ଡିପୋଜିଟ ଦେଲେ ସେମାନେ କାମ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri