ଲୋକେ ନ୍ୟାୟ ପାଇଲେ ସୁସ୍ଥ ସମାଜ ସମ୍ଭବ

ବାଲେଶ୍ୱର ଅଫିସ,୩୧।୧୦- ତଳସ୍ତରରେ ଲୋକେ ନ୍ୟାୟ ପାଇଲେ ମାନବାଧିକାର ସୁରକ୍ଷା ସମ୍ଭବ ହେବ ବୋଲି ବାଲେଶ୍ୱରରେ ଆୟୋଜିତ ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନ (ଡବ୍ଲୁଏଚ୍‌ଆର୍‌ପିଓ)ର ରାଜ୍ୟସ୍ତରୀୟ ସମ୍ମିଳନୀରେ ମତବ୍ୟକ୍ତ କରାଯାଇଛି। ସ୍ଥାନୀୟ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସଂଗଠନର ଜିଲା ସଭାପତି ସଂଘମିତ୍ରା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଜାତୀୟ ସଭାପତି ଅଭିନ୍ନ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ମାନବାଧିକାରର ସୁରକ୍ଷା ନିହାତି ଅପରିହାର୍ଯ୍ୟ ହୋଇପଡ଼ିଛି। ସମାଜର ତଳସ୍ତରର ଲୋକେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି । ବିଭିନ୍ନ ସ୍ତରରେ ପୋଲିସଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଆକ୍ରୋଶର ଶିକାର ହେବା ସହିତ ଅନେକ ସ୍ଥାନରେ ମାନବାଧିକାର କ୍ଷୁଣ୍ଣ ହେଉଥିଲେ ବି ସେମାନଙ୍କୁ ସହାୟତା କରିବା ପାଇଁ କୌଣସି ସଂଗଠନ ଆଗେଇ ଆସୁ ନାହାନ୍ତି। ଏଥିପ୍ରତି ସମସ୍ତେ ସତର୍କ ରହି ମାନବାଧିକାର ସୁରକ୍ଷା ଲାଗି ତତ୍ପରତା ପ୍ରକାଶ କରିବା ଦରକାର ବୋଲି ସେ କହିଥିଲେ।
ସଙ୍ଗଠନର କଟକ ଜିଲା ସଭାପତି ସନ୍ତୋଷ କୁମାର ଭୋଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସବୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଦସ୍ୟ ଗ୍ରହଣ କରି ଲୋକଙ୍କୁ ସହାୟତା କରିବାକୁ ପରାମର୍ଶ ଦେଇଥିଲେ। ସଂଗଠନର ସଦସ୍ୟ ସତର୍କ ରହିଲେ ସାଧାରଣ ଲୋକେ ନ୍ୟାୟ ପାଇବା ସହଜ ହେବ ଏବଂ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସଭାପତି ଅନୁପମା ପାଢ଼ୀ, ରାଜ୍ୟ ସଂଯୋଜିକା ଇପସିତା ଅଭନ୍ତିକା, ଲୀନା ପାଣିଗ୍ରାହୀ, ସୁବ୍ରତ କର,ଦେବୀଦତ୍ତ ସାମନ୍ତରାୟ, ରାଜ୍ୟ ସଂଯୋଜକ ରାଜେଶ ମଲ୍ଲିକ, ଯାଜପୁର ସଂଯୋଜକ ମନୋରଞ୍ଜନ ବେହେରା, ଯାଜପୁର କାଳିଆପାଣି ସଂଯୋଜକ ତୁଷାରକାନ୍ତି ଷଣ୍ଢ ପ୍ରମୁ୍‌ଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଓ ଅନୁଗୋଳ ସଭାପତି ରାମଚନ୍ଦ୍ର ରାଉତରାୟ, ଅର୍ଜୁନ ବେହେରା, ଯାଜପୁରର ହରେକୃଷ୍ଣ ଭଞ୍ଜ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପରିଡ଼ା, କଟକର ଉପଦେଷ୍ଟା ପ୍ରଦୀପ ବଳ, ଭୁବନେଶ୍ୱର ସଂଯୋଜକ ଆଶୁତୋଷ ଲେଙ୍କା, ବାଲେଶ୍ୱର ଖନ୍ତାପଡ଼ା ଅଞ୍ଚଳର ବିଜୟ କୁମାର ସାହୁ, ପ୍ରିୟରଞ୍ଜନ ମହାନ୍ତି, ସୁଧାକର ପରିଡ଼ା, ଲଳିତ କୁମାର ପାଣିଗ୍ରାହୀ, ଧରିତ୍ରୀ ପାଣିଗ୍ରାହୀ, ଗିରିଜା ମିଶ୍ର, ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।