Categories: ଖେଳ

ଲୋକି ଫର୍ଗୁସନଙ୍କୁ ହୋଇ ନାହିଁ କରୋନା

ମେଲବୋର୍ନ,୧୪।୩- ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ କରୋନା ଭାଇରସରେ ଆକ୍ରାନ୍ତ ନୁହଁନ୍ତ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ ପରେ ସେ ତଣ୍ଟି ଦରଜ ହେଉଥିବା ମେଡିକାଲ ଟିମ୍‌କୁ ଜଣାଇଥିଲେ। ଏଥିଯୋଗୁ ତାଙ୍କୁ ୨୪ ଘଣ୍ଟା ପାଇଁ ଦଳୀୟ ହୋଟେଲରେ ଅଲଗା ରଖାଯାଇଥିଲା। ତାଙ୍କର ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ୨୮ ବର୍ଷୀୟ କ୍ରିକେଟର ଦଳ ସହ ସ୍ବଦେଶ ଫେରିପାରିବେ।

Share