ଲୋକଙ୍କୁ ସଚେତନତା କରାଉଛନ୍ତି ଓଡ଼ିଆ ମହିଳା: ସୁରାଟରେ ବିବାଦ ପରେ ସହାୟତା

ଭଞ୍ଜନଗର,୧୩।୪(ଡି.ଏନ.ଏ)- ସୁରାଟ ଡ଼ାଇମଣ୍ଡନଗର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନେ ଗତ ୧୦ ତାରିଖ ରାତିରେ ବକେୟା ଦରମା ସମେତ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ସ୍ଥାନୀୟ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାଇ ସମସ୍ୟାର ସମାଧାନ କରିଥିଲେ। ଏଥିସହ ବର୍ତ୍ତମାନ ରିଲିଫ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି। ତଥାପି ସମସ୍ତଙ୍କ ପାଖରେ ରିଲିଫ୍‌ ପହଞ୍ଚତ୍ ପାରିନାହିଁ। ଏବେ ସେଠାରେ ପ୍ରବାସୀ ଓଡ଼ିଆ ମହିଳା ମଣ୍ଡଳର କର୍ମକର୍ତ୍ତା ଘର ଘର ବୁଲି କରୋନା ଭୂତାଣୁକୁ କିଭଳି ମୁକାବିଲା କରାଯିବ ସଚେତନତା କରାଉଛନ୍ତି। ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ ରିଲିଫ ବଣ୍ଟନ କରାଯାଉଛି।
(((ଫଟୋ୧୩ସି-ମହିଳା ମଣ୍ଡଳର କର୍ମକର୍ତ୍ତା ସଚେତନ କରାଉଛନ୍ତି।