ଲୁହା ଆଙ୍ଗେଲ ଚୋରି ଘଟଣା: ଦୁଇ ଗିରଫ

ଯୋଡ଼ା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପୂର୍ବ ଯୋଡ଼ାସ୍ଥିତ ଟିସ୍କୋ କଲୋନୀରେ ଘର କାମ ପାଇଁ ରଖାଯାଇଥିବା ୩୪ଟି ଲୁହା ଆଙ୍ଗେଲ ଚୋରି କରିଥିବା ଅଭିଯୋଗରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୧୮ଟି ଚୋରା ଲୁହା ଆଙ୍ଗେଲ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କ୍ୟାମ୍ପ ହାଟିଂର ବାବୁଲୁ କାରୁଆ ଓ ଅଭିମନ୍ୟୁ କାରୁଆ।
ସୂଚନାଯୋଗ୍ୟ ଗତ ୧୪ ତାରିଖରେ ଟିସ୍କୋ କଲୋନୀରୁ ୩୪ଟି ଆଙ୍ଗେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପରେ ଯୋଡ଼ା ଥାନାରେ କେସ ୨୨୦/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା।