ଲୁଣ ପାଣିରେ ସ୍ନାନ କଲେ ମିଳିବ ଅନେକ ଫାଇଦା

ଖାଦ୍ୟରେ ଲୁଣ ରହିବା ଜରୁରୀ। ଲୁଣ ବିନା ଖାଦ୍ୟରେ ସ୍ବାଦ ଆସି ନ ଥାଏ। ଜାଣିଛନ୍ତି କେବଳ ଖାଦ୍ୟ ନୁହେଁ ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ାଇଥାଏ। ଗାଧୋଇବା ବେଳେ ହାଲୁକା ଉଷୁମ ପାଣିରେ ଲୁଣକୁ ମିଶାଇ ଗାଧୋଇବା ଦ୍ୱାରା ଏହା ଆପଣଙ୍କ ଶରୀରର ଅନେକ ସମସ୍ୟା ଦୂର କରିଥାଏ। କାରଣ ଏଥିରେ ମିନେରାଲ୍ସ ଓ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଯାହା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।
* ଥଣ୍ଡା ବା ଜ୍ୱର ହେଲେ ଲୋକମାନେ ଔଷଧ ଖାଇ ଏହାକୁ ଭଲ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଆପଣ ନିଜର ଜ୍ୱର ବା ଥଣ୍ଡାକୁ ଭଲ କରିବା ପାଇଁ ଲୁଣ ମିଶା ପାଣିକୁ ବ୍ୟବହାର କରିପାରିବେ। ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ୍‌ ହୋଇଥାଏ ।
* ଲୁଣ ପାଣିରେ ଗାଧୋଇଲେ ଶରୀର ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପଶମ ହୋଇଥାଏ। ଏହା ଦ୍ୱାରା ମୁହଁରୁ ରିଙ୍କଲ୍ସ ଦୂର ହେବା ସହ ମାନସିକ ଅବସାଦକୁ ମଧ୍ୟ ଦୂର ହୋଇଥାଏ।
* ଯଦି ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଲୁଣ ମିଶା ଉଷୁମ ପାଣିରେ ଗାଧୋଇଲେ ଆପଣଙ୍କର ଏହି ସମସ୍ୟାର ଦୂର ହୋଇଯିବ। କାରଣ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଥିବା କ୍ୟାଲସିୟମର ଅଭାବ ଦୂର ହୋଇଥାଏ।
* ଖରାଦିନେ ଶରୀରର ଜଳାପୋଡ଼ା କି କୁଣ୍ଡାଇ ହେଉଥିଲେ କୌଣସି ପ୍ରକାରର କ୍ରିମ ବା ଲୋଶନ ବ୍ୟବହାର କରିବା ପରିବର୍ତ୍ତେ ଲୁଣ ମିଶା ଉଷୁମ ପାଣିରେ ଗାଧାନ୍ତୁ, ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।
* ଏଥିସହ ଲୁଣ ପାଣି ଶରୀରରେ ଥିବା କ୍ଷତିକାରକ ତତ୍ତ୍ୱ ଓ ବ୍ୟା.େକ୍ଟରିଆକୁ ମଧ୍ୟ ଦୂର କରିଥାଏ। ଫଳରେ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ଆହୁରି ଉଜ୍ଜ୍ୱଳମୟ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri