ଲୁଣପାଣିରେ ଗାଧୋଇଲେ ତ୍ୱଚାରେ ଆସିଥାଏ ଚମକ

ଲୁଣ ବିନା ଖାଦ୍ୟ ସ୍ବାଦହୀନ। ଲୁଣ ବେଶି ହେଲେ ଖାଇହେବ ନାହିଁ କିମ୍ବା କମିଗଲେ ମଧ୍ୟ ଖାଇହେବ ନାହିଁ। ଲୁଣ ଆମ ଦୈନନ୍ଦିନ ଜୀବନରେ ଖୁବ୍‌ ଦରକାରୀ। କେବଳ ଖାଦ୍ୟ ପାଇଁ ନୁହେଁ, ଏହା ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଉପକାରୀ।

ଏକ ପରୀକ୍ଷାରୁ ଜଣାପଡ଼ିଛି, କିଛି ଲୁଣ ନେଇ ପାଣିରେ ମିଶାଇ ଗାଧୋଇଲେ ତ୍ୱଚାରେ ଚମକ ଆସିଥାଏ। ତ୍ୱଚାରୁ ବିଭିନ୍ନ ଦାଗ ଲିଭାଇବାରେ ଲୁଣ ମୁଖ୍ୟ ଭୂମିକା ତୁଲାଇଥାଏ।

ଲୁଣରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଛି। ଯାହା ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରେ। ଯଦି ଦେହହାତ କୁଣ୍ଡାଇ ହେଉଥାଏ ତେବେ ଲୁଣ ପାଣିରେ ସ୍ନାନ କଲେ ଆରାମ ମିଳିଥାଏ। ଦେହହାତ ଦରଜ ହେଉଥିଲେ ଲୁଣପାଣିରେ ଗାଧୋଇଲେ ଦରଜ କମିଥାଏ। ଲୁଣପାଣି ତେଲିଆ ତ୍ୱଚା ପାଇଁ ଖୁବ୍‌ ଲାଭଦାୟକ। ଏହି ପାଣିରେ କେଶ ଧୋଇଲେ ଝଡ଼ିବା ବନ୍ଦ ହେବା ସହ ଚମକ ମଧ୍ୟ ଆସିଥାଏ।