ଲୁଟିନେଲେ ୨୯ ଟନ୍‌ ଲୁହାଛଡ଼

ପରଜଙ୍ଗ, ୨୪।୮(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍‌ ହୋଇଛି। ବୋଲେରୋରେ ଆସିଥିବା ୪ଜଣ ଦୁର୍ବୃତ୍ତ ଏକ ଟ୍ରେଲର (ଜେଏସ୍‌ ୦୯ ଡି ୨୭୨୧)କୁ କୌଶଳକ୍ରମେ ଅପହରଣ କରି ସେଥିରେ ଥିବା ୨୯ ଟନ୍‌ ଲୁହାଛଡ଼ ନେଇଯାଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ପୋଲିସ ଟ୍ରେଲରକୁ ଜବତ କରିଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗୁରୁବାର ଅପରାହ୍ନ ୪ରେ ଟ୍ରେଲ୍‌ରଟି ଜିନ୍ଦଲରୁ ଲୁହାଛଡ଼ ନେଇ ବିହାର ଯାଉଥିଲା। ପରମହଂସପୁର ଛକଠାରୁ ଅଳ୍ପ ଦୂରରେ ବୋଲେରୋରେ ୪ଜଣ ବ୍ୟକ୍ତି ଆସି ଟ୍ରେଲରକୁ ଅଟକାଇଥିଲେ। ଏକ ସ୍କୁଟିକୁ ଦୁର୍ଘଟଣା ଘଟାଇ ଚାଲିଆସିଥିବା ଅଭିଯୋଗ କରି ଡ୍ରାଇଭର ଶଙ୍କର ପାଳଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ। ଚାଳକ ତଳକୁ ଆସିବା ପରେ ତାଙ୍କୁ ଚୁପ୍‌ଚାପ୍‌ ବୋଲେରୋରେ ବସିବାକୁ ଧମକାଇଥିଲେ। ୩ଜଣ ଅଭିଯୁକ୍ତ ଡ୍ରାଇଭରଙ୍କୁ ବାନ୍ଧିଦେଇ ଗାଡ଼ିରେ ପକାଇ ଦେଇଥିଲେ। ଅନ୍ୟଜଣେ ଟ୍ରେଲ୍‌ରକୁ ନେଇ ପଳାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୋଟଙ୍ଗା ଥାନା ଗୁଣଦେଈପୁର ନିକଟରେ ଟ୍ରେଲର ଚାଳକଙ୍କୁ ଛାଡ଼ି ପଳାଇଥିଲେ।
ଡ୍ରାଇଭର ନିକଟରେ ଥିବା ଏକ ଚା’ ଦୋକାନୀଙ୍କ ସହାୟତାରେ ଘଟଣା ସମ୍ପର୍କରେ
ଗାଡ଼ି ମାଲିକଙ୍କୁ ଜଣାଇଥିଲେ। ଏହାପରେ ଥାନାକୁ ସୂଚନା ଦିଆଯାଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ସୁଦ୍ଧା ଗାଡ଼ି କିମ୍ବା ଅଭିଯୁକ୍ତଙ୍କ ସୁରାକ ପାଇପାରି ନ ଥିଲା। ଶୁକ୍ରବାର କୌଣସି ସୂତ୍ରରୁ ସୂଚନା ପାଇ ହିନ୍ଦୋଳ ରୋଡ୍‌ରୁ ପୋଲିସ ଖାଲି ଟ୍ରେଲରକୁ ଉଦ୍ଧାର କରିଛି। ଏ ନେଇ ଥାନାଧିକାରୀ ଆନନ୍ଦ କୁମାର ଡୁଙ୍ଗ୍‌ଡୁଙ୍ଗ୍‌ କୁହନ୍ତି, ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଲୁହାଛଡ଼ ଅନ୍‌ଲୋଡ଼ କରି ନେଇଯାଇଛନ୍ତି। ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଲୁଟ୍‌ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri