ଲୁଚାଉଛନ୍ତି ହୁମ୍ମା

ଯେମିତି ବୁଲେଇ ବଙ୍କେଇ ପଚାରିଲେ ହୁମ୍ମାଙ୍କ ମୁହଁରୁ ସେହି ଗୋଟିଏ ଉତ୍ତର ଶୁଣିବାକୁ ମିଳୁଛି-‘ସେ ମୋ ପ୍ରେମିକ ନୁହନ୍ତି ଭଲ ବନ୍ଧୁ।’ କଥା କ’ଣ କି ହିନ୍ଦୀ ସିନେମା ‘ପତି ପତ୍ନୀ ଔର ଓ’ର ନିର୍ଦ୍ଦେଶକ ମୁଦ୍ଦାଶର ଅଜିଜ୍‌ଙ୍କ ସହ ହୁମ୍ମାଙ୍କର କୁଆଡେ ପୂରା ଦମ୍‌ରେ ରୋମାନ୍ସ ଚାଲିଛି। ଯେତେବେଳେ ଏକଥା ତାଙ୍କ କାନରେ ବାଜିଲା ଶେଷକୁ ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି। ଏ ବିଷୟରେ ସଫେଇ ଦେଇ ସେ କହନ୍ତି, ‘ମୋ ସହ ମୁଦ୍ଦାଶରଙ୍କ ନାମକୁ ଯୋଡି ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି। ହେଲେ ସତ କ’ଣ ତାହା ମୁଁ ଜାଣେ। ସେ ମୋର ପ୍ରେମିକ ନୁହନ୍ତି। ସେ ମୋର ଜଣେ ଭଲ ବନ୍ଧୁ।’ ସେପଟେ ଏପରି କଥାକୁ ନେଇ ମୁଦ୍ଦାଶର ନୀରବ ରହୁଛନ୍ତି। ତେବେ କ’ଣ ବୁଝାଯିବ ଯେ, ମୌନମ୍‌ ସମ୍ମତି ଲକ୍ଷଣମ୍‌ !

Share