Posted inଖେଳ

ଲିପିକାଙ୍କ ମାଉଣ୍ଟ ଏଲବ୍ରୁସ ଆରୋହଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ(୫,୬୪୨ ମିଟର/୧୮,୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ଓଡ଼ିଶାର ଲିପିକା ସେଠ୍‌। ଏହି ସଫଳତା ସହ ବରଗଡ଼ର ଲିପିକା ରାଜ୍ୟରେ ଦୁଃସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଚାହୁଁଥିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଓଡ଼ିଶାର ଅନ୍ୟତମ ଉଦୀୟମାନ ପର୍ବତାରୋହୀଭାବେ ପରିଚିତ ଲିପିକା ହେଉଛନ୍ତି ମା ଅନୁସୟା ଓ ବାପା ଲକ୍ଷ୍ମଣ ସେଠ୍‌ଙ୍କର ଦ୍ୱିତୀୟ କନ୍ୟା। ସେପ୍ଟେମ୍ବର ୨୮ରୁ ଅଭିଯାନରେ ବାହାରିଥିବା ଲିପିକା ଗତ ୫ ତାରିଖରେ ସଫଳତାର ସହ ମାଉଣ୍ଟ ଏଲବ୍ରୁସ୍‌ର ଶିଖରରେ ପହଞ୍ଚତ୍ଥିଲେ। ଏହି ଅଭିଯାନରେ ବିଭିନ୍ନ ଦେଶରୁ ପର୍ବତାରୋହୀମାନେ ଭାଗ ନେଇଥିଲେ। ଲିପିକା ପ୍ରଥମେ ବେସ୍‌ କ୍ୟାମ୍ପ ଏବଂ ଶରୀରକୁ ପାରିପାର୍ଶ୍ୱିକ ପରିବେଶ ସହିତ ଖାପ ଖୁଆଇବା ପରେ ଚଳିତମାସ ୫ ତାରିଖରେ ରୁଷିଆ ସମୟ ରାତି ୧ଟା ସମୟରେ ଆଡଭାନ୍ସ ବେସ୍‌ କ୍ୟାମ୍ପ ଛାଡ଼ି ଅନ୍ତିମ ଆରୋହଣରେ ବାହାରିଥିଲେ। ସେହିଦିନ ରୁଷୀୟ ସମୟ ପୂର୍ବାହ୍ନ ୯ଟାରେ ସେ ମାଉଣ୍ଟ ଏଲବ୍ରୁସ ଶିଖରରେ ପହଞ୍ଚତ୍ ଜାତୀୟ ପତାକା ଉଡ଼ାଇଥିଲେ। ୮ ତାରିଖରେ ସମ୍ପୂର୍ଣ୍ଣ ଅଭିଯାନ ଶେଷ ହୋଇଥିଲା।
ଲିପିକାଙ୍କ ସଫଳ ଆରୋହଣ ପଛରେ ଅନ୍ୟତମ ପର୍ବତାରୋହୀ ନୃସିଂହ ସାହୁଙ୍କର ଅନେକ ଅବଦାନ ରହିଛି। ଲିପିକାଙ୍କୁ ନୃସିଂହ ଏଲବ୍ରୁସ ଆରୋହଣ ପାଇଁ ଆବଶ୍ୟକ କୌଶଳ ଶିଖାଇବା ସହ ମନୋବଳ ବଢ଼ାଇଥିଲେ। ନୃସିଂହଙ୍କ କହିବା ଅନୁସାରେ ଲିପିକା ଆଡଭାନ୍ସ ବେସ୍‌ କ୍ୟାମ୍ପରେ ପହଞ୍ଚତ୍ବା ପରେ ଏବଂ ଆକ୍ଲାମାଇଟେଜେଶନ ପ୍ରୋସେସରୁ ଫେରିବାପରେ ମନ୍ଥର ଚାଲିକୁ ନେଇ ତାଙ୍କ ଗାଇଡ୍‌ ସଚେତନ କରାଇଥିଲେ। ଏହା ଲିପିକାଙ୍କ ସଫଳ ଆରୋହଣ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ ଦର୍ଶାଇଥିଲେ। ମାତ୍ର ଲିପିକା ଚାପର ବଶବର୍ତ୍ତୀ ନ ହୋଇ ୫ ତାରିଖ ସକାଳେ ସମସ୍ତ ସହଯୋଗୀଙ୍କୁ ପଛରେ ପକାଇ ୧ ଘଣ୍ଟା ପୂର୍ବରୁ ଆରୋହଣ ଶେଷ କରି ବେସ୍‌ କ୍ୟାମ୍ପକୁ ଫେରି ଆସିଥିଲେ। ଏହା କେବଳ ଜଣେ ଦୃଢ଼ ମନୋବଳସମ୍ପନ୍ନ ପର୍ବତାରୋହି ପକ୍ଷରେ ସମ୍ଭବ ବୋଲି ନୃସିଂହ ସୂଚନା ଦେଇଛନ୍ତି। ଲିପିକା ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।
ପ୍ରକାଶ ଯୋଗ୍ୟ ଯେ, ଲିପିକା ପୂର୍ବରୁ ୨୦୧୮ରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜାରୋ(୫,୮୯୫ ମିଟର)କୁ ସଫଳତାର ସହ ଆରୋହଣ କରିଥିଲେ। ମାଉଣ୍ଟ ଏଲବ୍ରୁସ ଆରୋହଣ ପାଇଁ ତାଙ୍କୁ ବରଗଡ଼ ଜିଲାର ବିକାଶ ଇନ୍‌ଷ୍ଟିଚ୍ୟୁଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦେଇଥିବାବେଳେ ଏସିଆ ପାସିଫିକ୍‌ ହାବିଟାଟ୍‌ ସୋସାଇଟି (ଏପିଏଚଏସ) ଓଡ଼ିଶାର ସେକ୍ରେଟାରି ଜେନେରାଲ ଡ. ଓ୍ବିଲିୟମ ହେନେଜ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନିଜର ଏହି ସଫଳତା ପାଇଁ ଲିପିକା ଦାଦା ଦିବାକର ମାଝି ଏବଂ ମାଉସୀ ଦମୟନ୍ତୀ ବାଗ୍‌ଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଅଗାମୀ ଡିସେମ୍ବର ୨୫ରେ ସେ ଦକ୍ଷିଣ ଆମେରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଆକଙ୍କଗୁଆ (୬,୯୬୨ ମିଟର) ଆରୋହଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପାଖାପାଖି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଆକଳନ କରୁଛନ୍ତି। ”ରାଜ୍ୟରେ ପର୍ବତାରୋହୀଙ୍କ ନିକଟରେ ଆବଶ୍ୟକ ସରଞ୍ଜାମ ନ ଥିବାରୁ ଆରୋହଣ ସମୟରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରକୃତ ପର୍ବତାରୋହୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସରକାର ସରଞ୍ଜାମ ଯୋଗାଇ ଦେଲେ ସେମାନେ ଉପକୃତ ହେବା ସହ ରାଜ୍ୟପାଇଁ ଅଧିକ ଗୌରବ ଆଣି ପାରିବେ“ ବୋଲି ଲିପିକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri