‘ଲାଲ୍‌ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍‌ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ ଦେଖିବାକୁ ମିଳୁଛି। ସୋନାକ୍ଷୀ ଗାଦି ଉପରେ ବସିଥିବା ବେଳେ ମୁହଁରେ ମୁଖା ପିନ୍ଧିଛନ୍ତି। ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅକ୍ଟୋବର ୧୮ରେ ମୁକ୍ତିଲାଭ କରିବ। ସୈଫ୍‌ଙ୍କ ଚରିତ୍ର ଫିଲ୍ମରେ ନାଗା ସାଧୁର ରହିଛି। ଅନ୍ୟ ପ୍ରମୁଖ ଚରିତ୍ରରେ ଦୀପକ ଡୋବରିୟାଲ, ଜୋୟା ହୁସୈନ୍‌ ଏବଂ ମାନବ ବିଜ୍‌ଙ୍କୁ ଦେଖିବାକୁ ମିଳିବ।

Share