ଲାଞ୍ଜିଗଡ ବେଦାନ୍ତ ଚିକିତ୍ସାଳୟ ଦ୍ୱାରା ଟେଲିମେଡିସିନ ସେବା ଆରମ୍ଭ

ଲାଞ୍ଜିଗଡ,୨୩।୪(ଡି.ଏନ୍‌.ଏ):ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ନେଇ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ମଧ୍ୟ କରୋନା ପରିସ୍ଥିତର ଏହାର ମୁକାବିଲା ନେଇ ସହଯୋଗ କରିବାକୁ ମନ ବଳାଇଛି। ଲାଞ୍ଜିଗଡ଼ ବେଦାନ୍ତ ଚିକିତ୍ସାଳୟ ଦ୍ୱାରା ଏବେ ଲୋକଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି। କେହି ବି ଫୋନ ଅଥବା ହ୍ବାଟ୍ସଅପ୍‌ ଦ୍ୱାରା ସକାଳ ୯ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ। ଶିଶୁ ବିଶେଷଜ୍ଞ (୭୬୫୩୮୨୨୦୦୩), ଅସ୍ଥିଶଲ୍ୟ (୯୭୭୭୪୨୧୪୭୪), ଆୟୁଷ (୯୫୪୬୭୩୬୨୨୯) ତଥା ଜେନେରାଲ ମେଡିସିନ (୮୦୧୮୪୫୫୮୮୫, ୭୦୦୮୪୨୬୯୦୬) ବିଭାଗୀୟ ଡାକ୍ତର ରୋଗୀଙ୍କୁ ଫୋନରେ ପରାମର୍ଶ ଦେବେ। ଏହି ଅବସରରେ ବେଦାନ୍ତ ଆଲୁମିନା ରିଫାଇନାରୀର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ, ଅଞ୍ଚଳର ଗୋଷ୍ଠୀ ସମୁଦାୟଙ୍କ ବିକାଶ ତଥା ଉନ୍ନତି ନେଇ ବେଦାନ୍ତ ସବୁବେଳେ ଚେଷ୍ଟା କରିଆସିଛି। ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ସହିତ ପାର୍ଶ୍ୱବର୍ତ୍ତି ଗୋଷ୍ଠି ସମୁଦାୟଙ୍କ ସୁରକ୍ଷା ନେଇ କମ୍ପାନୀ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି। ଏହି ସମୟରେ ଅଞ୍ଚଳବାସୀ କିପରି ହାତପାହାନ୍ତାରେ ଡାକ୍ତରୀ ପରାମର୍ଶ ତଥା ସ୍ବାସ୍ଥ୍ୟସେବା ପାଇପାରିବେ ସେ ନେଇ କମ୍ପାନୀ ଟେଲିମେଡିସିନ ସେବାର ଆରମ୍ଭ କରିଛି ା ଲକ୍‌ଡାଉନ୍‌ ପରିସ୍ଥିତିରେ ଲାଞ୍ଜିଗଡଠାରୁ ଦୂରରେ ବସବାସ କରୁଥିବା ରୋଗୀଙ୍କ ପାଇଁ ଏହି ସୁବିଧା ବେଶ୍‌ ଲାଭଦାୟକ ହୋଇପାରିବ।