ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର

କଟକ ଅଫିସ,୨୨।୧୧: ଲାଞ୍ଚ ନେବାବେଳେ କଟକ ଗୋଡ଼ିସାହି ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମଙ୍ଗଳାବାଗର ବିଜୟ ପାତ୍ରଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା।
ସୂଚନାଯୋଗ୍ୟ, କଟକର ତ୍ରିଶୂଳିଆ ନିକଟରେ ବିଜୟଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ବିଦ୍ୟୁତ ସଂଯୋଗ କରାଇ ଦେବା ପାଇଁ ଭବାନୀ ଶଙ୍କର ତାଙ୍କୁ ଲାଞ୍ଚ ମାଗିଥିଲେ। ବିଜୟ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ତେବେ ବିଜୟଙ୍କଠାରୁ ଭବାନୀ ଉକ୍ତ ଟଙ୍କା ଗ୍ରହଣ କରୁଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଉକ୍ତ ଟଙ୍କାକୁ ଜବତ କରିଛନ୍ତି। କେସ ନଂ. ୩୯/୧୯ରେ ମାମଲା ରୁଜୁ କରାଯାଇ ଭବାନୀଙ୍କୁ ଗିରଫ କରାଯାଇଛି।