‘ଲାକ୍‌ମେ ଫ୍ୟାଶନ ୱିକ୍‌’: ସେଟ୍‌ ଡିଜାଇନ୍‌ କରିବେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ଶୋ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ରେ ଡିଜାଇନ୍‌ ପ୍ରଦର୍ଶନ କରିବେ ଜଣେ ଓଡ଼ିଆ ଛାତ୍ରୀ। ଇଣ୍ଟେରିୟର ଡିଜାଇନ୍‌ ବର୍ଗରେ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ର ମୁଖ୍ୟ ଶୋ ଏରିଆରେ ଜଣେ ଖ୍ୟାତନାମା ଡିଜାଇନରଙ୍କ ଶୋ’ର ସେଟ୍‌ ଡିଜାଇନ୍‌ କରିବାର ସୁଯୋଗ ପାଇଛନ୍ତି ଭୁବନେଶ୍ୱରର ସୌଭାଗ୍ୟଲକ୍ଷ୍ମୀ ରାଉତ। ପ୍ରଥମଥର ପାଇଁ ଭୁବନେଶ୍ୱରରେ ‘ଲାକ୍‌ମେ ଫ୍ୟାଶନ ଓ୍ବିକ୍‌’ର ଆଞ୍ଚଳିକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଇଏନ୍‌ଆଇଏଫ୍‌ଡିର ଫ୍ୟାଶନ ଓ ଇଣ୍ଟେରିୟର ଡିଜାଇନ୍‌ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ଆଇଏନ୍‌ଆଇଏଫ୍‌ଡି ସେଣ୍ଟରରୁ ସୌଭାଗ୍ୟଲକ୍ଷ୍ମୀ ରାଉତ ଇଣ୍ଟେରିୟର ଡିଜାଇନ ବର୍ଗରେ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ ପାଇଁ ମନୋନୀତ ହୋଇଥିବାବେଳେ ପ୍ରଥମ ରନର୍ସଅପ୍‌ ଭାବେ ମହମ୍ମଦ ଗୁଲଶନ ଓ ଦ୍ୱିତୀୟ ରନର୍ସଅପ୍‌ ଭାବେ ଜଗଜିତ କୌର ମନୋନୀତ ହୋଇଛନ୍ତି।
ଆଇଏନ୍‌ଆଇଏଫ୍‌ଡି ଓ ଆଇଏମ୍‌ଜି ରିଲାଏନ୍ସ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେଲିବ୍ରିଟି ଜୁରୀଭାବେ ଯୋଗଦେଇଥିଲେ ବଲିଉଡ୍‌ ଅଭିନେତ୍ରୀ ତଥା ‘ପ୍ୟାର୍‌ କା ପଞ୍ଚ୍‌ନାମା’ ଫେମ୍‌ ସୋନାଲି ସୈଗଲ। ତାଙ୍କ ସହ ଖ୍ୟାତନାମା ଫ୍ୟାଶନ ଡିଜାଇନର ପାୟଲ ପ୍ରତାପ, ଫେନୋଟାଇପ୍‌ ଆର୍କିଟେକ୍ଚର ଷ୍ଟୁଡିଓର ସଂସ୍ଥାପକ ଅନିକା କୋଚ୍ଚର, ଟେଲିଭିଜନ ଫେମ୍‌ ନୀରଜ ଗାବା, ଆଇଏମ୍‌ଜି ରିଲାଏନ୍ସର ‘ଦ ଭଏସ୍‌ ଅଫ୍‌ ଫ୍ୟାଶନ’ର ସମ୍ପାଦକ ସେଫାଳି ବାସୁଦେବ ପ୍ରମୁଖ ବିଚାରକଭାବେ ଯୋଗଦେଇ ଉଭୟ ଇଣ୍ଟେରିୟର ଓ ଫ୍ୟାଶନ ଡିଜାଇନ୍‌ ବିଭାଗରୁ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ। ଫ୍ୟାଶନ ଡିଜାଇନ୍‌ ବର୍ଗରେ କୋଲକାତାର ସାଦିୟା ରିଜୱାନା ଶ୍ରେଷ୍ଠ ବିବେଚିତ ହୋଇଥିବାବେଳେ ପ୍ରଥମ ରନର୍ସଅପ୍‌ ହୋଇଥିଲେ ସିଫା ସୟଦ ଏବଂ ଦ୍ୱିତୀୟ ରନର୍ସଅପ୍‌ ହୋଇଥିଲେ ମହିମା ମେହରୋତ୍ରା। ମନୋନୀତ ଫ୍ୟାଶନ ଡିଜାଇନ୍‌ ଛାତ୍ରୀଛାତ୍ରମାନେ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ ସମୟରେ ଆଇଏନ୍‌ଆଇଏଫ୍‌ଡି ଲଞ୍ଚ୍‌ପ୍ୟାଡ୍‌ର ପ୍ରମୁଖ ଶୋ ଏରିଆରେ ନିଜ ଡିଜାଇନ୍‌ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ସ୍ବତନ୍ତ୍ର କ୍ୟାଶ୍‌ ପ୍ରାଇଜ୍‌ ସହ ଡିଜାଇନ୍‌ ଏକ୍ସପର୍ଟମାନଙ୍କ ଅଧୀନରେ ସେମାନେ ପ୍ରଶିକ୍ଷିତ ହେବାର ସୁଯୋଗ ମଧ୍ୟ ପାଇବେ। ବଲିଉଡ୍‌ ଓ ଟେଲିଭିଜନ୍‌ ଅଭିନେତା ତଥା ମଡେଲ ଅମନ ବର୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆଇଏନ୍‌ଆଇଏଫ୍‌ଡିର ଉଦୀୟମାନ ଫ୍ୟାଶନ ଡିଜାଇନର ଓ ଇଣ୍ଟେରିୟର ଡିଜାଇନରମାନଙ୍କ ଦ୍ୱାରା ଏକ ଟକ୍‌ ଶୋ ଏବଂ ସ୍ବତନ୍ତ୍ର କ୍ୟୁରେଟେଡ୍‌ ନଲେଜ୍‌ସିରିଜ୍‌ ଓ ଡିଜାଇନ୍‌ ପ୍ରେଜେଣ୍ଟେଶନ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri