ଲାଇମ୍‌ ଲାଇଟ୍‌ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ, ଫେରିବା ପରେ ଚିହ୍ନି ହେଉନି

ଟେଲି ଅଭିନେତ୍ରୀ ଶମା ସିକନ୍ଦର ୪ ଅଗଷ୍ଟରେ ୩୮ତମ ଜନ୍ମଦିବସ ପାଳନ କରିବେ। ଶମା ନିଜର ହଟ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ଶମା ସମୁଦ୍ରକୂଳରେ ବିକ୍‌ନୀ ପିନ୍ଧି ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବୟଫ୍ରେଣ୍ଡ୍‌ ଜେମ୍‌ସ ମିଲିରନ୍‌ଙ୍କ ସହିତ ଖୁବ୍‌ ଏନ୍‌ଜୟ କରୁଥିବା ଫଟୋରେ ଦେଖିବାକୁ ମିଳିଥିଲା। ଶମା ନିଜର କ୍ୟାରିଅର ଟେଲି ସିରିୟଲରୁ ଆରମ୍ଭ କରିଥିଲେ। ‘ୟେ ମେରୀ ଲାଇଫ୍‌ ହୈ’ ସିରିୟଲରେ ଅଭିନୟ କରି ଚର୍ଚ୍ଚା ପରିସରକୁ ଆସିଥିଲେ। ଏହା ପରେ ହଠାତ୍‌ ଶମା ଲାଇମ୍‌ ଲାଇଟ୍‌ଠାରୁ ଦୂରେଇ ଗଲେ। ଏହା ପରେ ଯେତେବେଳେ ଫେରିଲେ ରୂପ ରଙ୍ଗ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଦେଖିବାକୁ ମିଳିଛି।

ଏକ ସାକ୍ଷାତକାରରେ ଶମା କହିଛନ୍ତି, ଜୀବନରେ ଏମିତି ଏକ ସମୟ ଆସିଥିଲା, ସେତେବେଳେ ସେ ଆତ୍ମହତ୍ୟା କରିଦେବାକୁ ଚେଷ୍ଟା କରିଥିଲେ। ୭ ବର୍ଷ ତଳେ ସେ ମାନସିକ ରୋଗରେ ପୀଡ଼ିତ ଥିଲେ। ଏପରିକି ତାଙ୍କୁ ନିଦ ବଟିକା ଖାଇ ଶୋଇବାକୁ ପଡୁଥିଲା। ଏଥିରେ ସେ ଏତେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ ଯେଉଁଥିପାଇଁ ଆତ୍ମହତ୍ୟା ପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ତେବେ ଈଶ୍ୱରଙ୍କ କୃପାରୁ ଶମା ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି। ହସ୍ପିଟାଲରୁ ଫେରିବା ପରେ ଶମା ଜିମ୍‌, ଡାଏଟ୍‌ ପ୍ରତି ଖୁବ୍‌ ଧ୍ୟାନ ଦେଉଛନ୍ତି। ଚେହେରାରେ ପୂରା ପରିବର୍ତ୍ତନ ଘଟିଛି। ସେ କସ୍‌ମେଟିକ୍‌ ସର୍ଜରୀ କରାଇଥିବା ନେଇ ଚର୍ଚ୍ଚା ହେଉଛି।

Share