ଲାଇଫ୍‌ ଷ୍ଟାଇଲ ସେଲର୍‌ ପ୍ୟାଣ୍ଟ

ଶୀତଦିନେ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ କିମ୍ବା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କାରଣ ଏହାକୁ ଉଭୟ ଫର୍ମାଲ୍‌ ତଥା କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ
ଆରାମରେ କ୍ୟାରି କରିହୁଏ…

ଶୀତଦିନ ଆସିଲେ ମାର୍କେଟ୍‌କୁ ଅନେକ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡର ଆଗମନ ହୋଇଥାଏ। ଏଇ ଯେମିତି ସେଲର୍‌ ପ୍ୟାଣ୍ଟ। ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ଖାସ୍‌ ସେଥିପାଇଁ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ ତଥା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ଆଜିକାଲି ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ତା’ଛଡ଼ା ଏହି ପ୍ୟାଣ୍ଟକୁ ଉଭୟ ଫର୍ମାଲ୍‌ ଓ କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ କ୍ୟାରି କରିବାରେ ବି ବହୁତ ସୁବିଧା ହୋଇଥାଏ। ତେବେ ସେଲର୍‌ ପ୍ୟାଣ୍ଟର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…
ଆନିମଲ୍‌ ପ୍ରିଣ୍ଟ: ଆନିମଲ୍‌ ପ୍ରିଣ୍ଟ ଥିବା ଯେ କୌଣସି ଆଉଟ୍‌ଫିଟ୍‌ ଯୁବତୀମାନଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ଖାସ୍‌କରି ଏହି ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଲାଗେ ଠିକ୍‌ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ ଆନିମଲ୍‌ ପ୍ରିଣ୍ଟ୍‌ ଥିବା କେତେକ ସେଲର୍‌ ପ୍ୟାଣ୍ଟର ଅଣ୍ଟା ପାଖରେ ଚଉଡା ଷ୍ଟାଇଲ୍‌ର ଟାଇଟ୍‌ ବେଲ୍ଟ ଲାଗିଥିବାବେଳେ ଆଉ କେତେକ ପ୍ୟାଣ୍ଟରେ ପ୍ଲିଟ୍‌ ଷ୍ଟାଇଲ୍‌ ହୋଇଥାଏ, ଯାହାକୁ ମ୍ୟାଚିଂ ଶାର୍ଟ କିମ୍ବା ଟପ୍ସ ସହ ପିନ୍ଧିକି ଅଫିସ୍‌କୁ ବି ଯାଇହୁଏ।
ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ: ଖାସ୍‌କରି ଶାଟିନ୍‌ କିମ୍ବା କ୍ରେପ୍‌ ଫ୍ୟାବ୍ରିକ୍‌ରେ ଆସୁଥିବା ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟକୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି। ସେହିପରି ଓ୍ବାଇଡ୍‌ ଲେଗ୍‌ ଷ୍ଟାଇଲ୍‌ର ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ ବି ଯୁବତୀଙ୍କୁ ସୋବର୍‌ ଲୁକ୍‌ ଦେଇଥାଏ। ତେବେ ଏହି ଷ୍ଟାଇଲ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗରେ ଫ୍ରିଲ୍‌ ସ୍ଲିଭ୍ସ ଓ୍ବିଣ୍ଟର୍‌ ଟପ୍ସ ବେଶ୍‌ ଭଲ ମାନିଥାଏ।
କ୍ରପ୍ଡ ଷ୍ଟାଇଲ୍‌: ଡେନିମ୍‌ ଲଭର୍‌ ଯୁବତୀମାନେ ଯଦି କିଛି ନୂଆ ଷ୍ଟାଇଲ୍‌ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ କ୍ରପ୍ଡ ଓ୍ବାଇଡ୍‌ ଲେଗ୍‌ ସେଲର୍‌ ପ୍ୟାଣ୍ଟ ସେମାନଙ୍କ ପାଇଁ ବେଷ୍ଟ ଅପ୍ସନ। ଏହି ଷ୍ଟାଇଲ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗରେ ଖାସ୍‌ କରି ଶ୍ରଗ୍‌ କିମ୍ବା ଜ୍ୟାକେଟ୍‌ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।
ଚେକ୍ସ ପ୍ରିଣ୍ଟ ଷ୍ଟାଇଲ୍‌: କାଜୁଆଲ୍‌ ଲୁକ୍‌ ପାଇଁ ଚେକ୍ସ ପ୍ରିଣ୍ଟବାଲା ସେଲର୍‌ ପ୍ୟାଣ୍ଟ ପିନ୍ଧିବା ପରଫେକ୍ଟ ଅପ୍ସନ। ଆଉ ଶୀତଦିନେ ଏହି ଷ୍ଟାଇଲ୍‌ର ପ୍ୟାଣ୍ଟକୁ ଲେଦର୍‌ ଜ୍ୟାକେଟ୍‌ ସହ କ୍ୟାରି କଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ସେହିପରି ବାଇକର୍‌ କିମ୍ବା ବମ୍ବର ଲେଦର୍‌ ଜ୍ୟାକେଟ୍‌ ସହିତ ବି ଚେକ୍ସ ପ୍ରିଣ୍ଟ ବାଲା ସେଲର୍‌ ପ୍ୟାଣ୍ଟ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।
ହାଇଓ୍ବେଷ୍ଟ ପ୍ୟାଣ୍ଟ: କମ୍ଫର୍ଟ ଅନୁଭବ କରାଉଥିବା ଏହି ଧରଣର ପ୍ୟାଣ୍ଟକୁ ଆପଣ ଚାହିଁଲେ କାଜୁଆଲ୍‌ ଓ୍ବେର୍‌ ଭାବେ ଆଉଟିଂରେ ଗଲାବେଳେ କ୍ୟାରି କରିପାରିବେ। ତା’ଛଡ଼ା ଏହି ପ୍ୟାଣ୍ଟ ସହ ମ୍ୟାଚିଂ କଲର୍‌ର ହେଉ କିମ୍ବା କଣ୍ଟ୍ରାଷ୍ଟ କଲର୍‌ର ଟପ୍ସ ବି ଭଲ ମାନିଥାଏ। ସେହିପରି କୁଲ୍‌ ତଥା ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଯୁବତୀମାନେ ଚାହିଁଲେ ଏହି ଆଉଟ୍‌ଫିଟ୍‌ ସହ ଡିଜାଇନର ସ୍କାର୍ଫ ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri