Categories: ଫୁରସତ

ଲମ୍ବା ଜିଭ ଥିବା ଶିଶୁ

ଓକଲାହାମର ଫାରା ରଥ୍‌ ଗର୍ଭବତୀ ଥିବା ସମୟରେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଉ ଯାହା ଦେଖିଲେ ତାଙ୍କୁ ବେଶ୍‌ କୌତୂହଳମୟ ଲାଗିଥିଲା। ଅଲଟ୍ରାସାଉଣ୍ଡ ଦେଖିଲେ ଲାଗୁଥିଲା ତାଙ୍କ ଗର୍ଭସ୍ଥ ଛୁଆଟି ଜିଭ ବାହାର କରି ଖତେଇ ହେବା ପରି ରହିଛି। ହେଲେ ତାହା ଯେ ଏକ ସାଧାରଣ ଘଟଣା ନୁହେଁ ସେ ଜାଣି ନ ଥିଲେ। ଶିଶୁଟି ଜନ୍ମ ହେବା ପରେ ଜଣାଗଲା ପିଲାଟି ବଡ଼ ଜିଭ ନେଇ ଜନ୍ମ ହୋଇଛି। ଆଉ ସେ ବେକ୍‌ଓ୍ବିଥ ଓ୍ବିଡମାନ୍‌ ସିଣ୍ଡ୍ରୋମ (ବିଡବ୍ଲ୍ୟୁଏସ୍‌) ନାମକ ଏକ ବିରଳ ଓଭରଗ୍ରୋଥ୍‌ ରୋଗରେ ଆକ୍ରାନ୍ତ। ଫଳରେ ତା’ର ଅସ୍ବାଭାବିକ ଭାବେ ଜିଭ ବଢିଛି ଓ ଜିଭ ବାହାରକୁ ବାହାରି ରହିଛି। ଏଥିପାଇଁ ବେକର୍‌ ରଥ୍‌ ନାମକ ଏହି ଶିଶୁକୁ ଖାଇବା, ପିଇବା ଆଦିରେ ସମସ୍ୟା ହେଉଥିଲା। ଶେଷରେ ଡାକ୍ତର ଅସ୍ତ୍ରୋପଚାର କରି ଜିଭର ଆକାରକୁ ଛୋଟ କରିଛନ୍ତି। ଏବେ ପିଲାଟିକୁ ଖାଇବା, ପିଇବା ଓ କଥା କହିବା ଶିଖାଯାଉଛି। କେବଳ ଏହି ସମସ୍ୟା ଦେଇ ପିଲାଟି ଗତି କରୁ ନାହିଁ, ବରଂ ସେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ କ୍ୟାନ୍ସରରେ ବି ଆକ୍ରାନ୍ତ। ତେବେ ଏକଥା ଜାଣି ନଥିବା ବେକର୍‌ କିନ୍ତୁ ବେଶ୍‌ ଖୁସ୍‌ ମିଜାଜ୍‌ର ଅଟେ।

Share