Categories: ଫୁରସତ

ଲଭ୍‌ ଟ୍ରେନ୍‌: ରହିଛି ଦୁଇ ଦିନ, ଗୋଟିଏ ରାତି ଯାତ୍ରା କରିବା ସୁବିଧା

ଚାଇନାରେ ଏବେ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି। କାରଣ ଏଠାରେ ଲିଙ୍ଗଗତ ବ୍ୟବଧାନ ଅଧିକ। ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ ମଧ୍ୟ। ଏଠାକାର ଏକକ ସନ୍ତାନ ଯୋଜନା(ଯାହାକୁ ଏବେ ଉଠାଇ ନିଆଯାଇଛି) ଯୋଗୁ ଅନେକେ କନ୍ୟା ଭୂ୍ରଣକୁ ନଷ୍ଟ କରିଛନ୍ତି। ତେଣୁ ଏବେ ଏହା ଏକ ସମସ୍ୟାର ରୂପ ନେଇଛି। ଆଗାମୀ ୩୦ ବର୍ଷ ଭିତରେ ୩୦ ମିଲିୟନ ଚାଇନା ପୁରୁଷଙ୍କୁ ଝିଅ ମିଳିବ ନାହିଁ। ସେଥିପାଇଁ ୨୦୧୬ରେ ଆରମ୍ଭ ହୋଇଥିଲା ୧୦ ବଗି ବିଶିଷ୍ଟ ଏକ ସ୍ବତନ୍ତ୍ର ରେଳସେବା, ଯାହାର ନାଁ ଓ୍ବାଇ୯୯୯ଲଭ୍‌ ପରସୁଟ୍‌ ଟ୍ରେନ୍‌। ଏଥିରେ ଦୁଇ ଦିନ ଓ ଗୋଟିଏ ରାତିର ଯାତ୍ରା କରିବା ସୁବିଧା ଥାଏ। ସେହି ସମୟ ମଧ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦାନ କରାଯାଏ ଓ ବିଭିନ୍ନ ଗେମ୍‌ ବି ଖେଳିବା ବ୍ୟବସ୍ଥା ଅର୍ଗାନାଇଜର୍‌ମାନେ କରିଥାଆନ୍ତି। ଯେମିତି କି ସମସ୍ତେ ପରସ୍ପରକୁ ଭଲଭାବେ ଚିହ୍ନିପାରିବେ। ତିନିବର୍ଷ ମଧ୍ୟରେ ୩୦୦୦ ଯୁବତୀଯୁବକ
ଏଥିରେ ଯାତ୍ରା କରିସାରିଲେଣି। ଆଉ ଏହି ଯାତ୍ରା ମାଧ୍ୟମରେ ୧୦ଟି ବିବାହିତ ଯୋଡି ହୋଇପାରିଛି।

Share