ଲଭ୍‌ଲି କୁପ୍ତା

ପୁରୀରେ ଥିବା ବିଭିନ୍ନ ହୋଟେଲ ଏବଂ ରେସ୍ତୋରା ମାଲିକମାନେ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଖାଦ୍ୟକୁ ପ୍ରାଥମିକତା ଦେଇଥାନ୍ତି। ଏହିଭଳି ଏକ ହୋଟେଲ ହେଉଛି ସିଟିରୋଡ୍‌ସ୍ଥିତ ପାନ୍ଥନିବାସ ନିକଟରେ ଥିବା ଜମିଦାର ପ୍ୟାଲେସ। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ତେବେ ନିରାମିଷ ଖାଦ୍ୟ ମଧ୍ୟରେ ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ଲଭ୍‌ଲି କୁପ୍ତା। ଏହି ଇଣ୍ଡିଆନ ଡିଶ୍‌ ପ୍ଲେଟର ଦାମ୍‌ ୧୫୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ଜମିଦାର ପ୍ୟାଲେସର ମୁଖ୍ୟ ଶେଫ୍‌ ହିମାଂଶୁ ସାହାଣୀ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ପନିର୍‌: ୨୦୦ ଗ୍ରାମ୍‌
ମଇଦା: ୧୦ ଗ୍ରାମ୍‌
କର୍ନଫ୍ଲାୱାର: ୧୦ ଗ୍ରାମ୍‌
ଚିନି: ୫ ଗ୍ରାମ୍‌
ଗୁଜୁରାତି ଗୁଣ୍ଡ: ୧ ଗ୍ରାମ୍‌
କାଜୁ ଚପ୍‌: ୫ଗ୍ରାମ୍‌
କିସ୍‌ମିସ୍‌ ଚପ୍‌: ୫ ଗ୍ରାମ୍‌
ସେଓ, ଅଙ୍ଗୁର ଓ ଚେରି ଚପ୍‌: ୫୦ ଗ୍ରାମ୍‌
ଅମୁଲ କ୍ରିମ୍‌: ୧୦ ଗ୍ରାମ୍‌
ସନ୍‌ଫ୍ଲାୱାର ତେଲ: ୧୦ଗ୍ରାମ୍‌
ହଳଦୀକୁଣ୍ଡ: ୫ ଗ୍ରାମ୍‌
ଜିରା ପାଉଡର : ୫ ଗ୍ରାମ୍‌
ଧନିଆ ପାଉଡର: ୫ ଗ୍ରାମ୍‌
ଲଙ୍କାଗୁଣ୍ଡ: ୫ ଗ୍ରାମ୍‌
ପିଆଜ୍‌ ଚପ୍‌: ୫୦ ଗ୍ରାମ୍‌
କଟା କଞ୍ଚାଲଙ୍କା: ୫ ଗ୍ରାମ୍‌
ଟମାଟୋ ଚପ୍‌: ୩୦ ଗ୍ରାମ୍‌
ରସୁଣ ପେଷ୍ଟ୍‌: ୧୦ ଗ୍ରାମ୍‌
ଅଦା ପେଷ୍ଟ: ୧୦ ଗ୍ରାମ୍‌
ବଟର: ୫ ଗ୍ରାମ୍‌
ଗରମ ମସଲା : ୫ ଗ୍ରାମ୍‌
କାଜୁ ଓ ଚାରୁମଗଜ ପେଷ୍ଟ: ୫୦ ଗ୍ରାମ
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ପାତ୍ରରେ ପନିର, ମଇଦା, କର୍ନଫ୍ଲାୱାର, ଚିନି, ଗୁଜୁରାତି ପାଉଡର ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଚପ୍‌ ହୋଇଥିବା କିସ୍‌ମିସ୍‌, ସେଓ, ଅଙ୍ଗୁର ଓ ଚେରିକୁ ତା’ ଭିତରେ ଭରି ଗୋଲ ଗୋଲ ଆକାର କରନ୍ତୁ। ହାଲୁକା ଆଞ୍ଚରେ ଅଳ୍ପ ତେଲରେ ଏହାକୁ ଫ୍ରାଏ କରନ୍ତୁ। ଅନ୍ୟ ଏକ ଫ୍ରାଏ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ପିଆଜ ଏବଂ କଞ୍ଚାଲଙ୍କା ଚପ୍‌ ପକାଇ ଇଷତ୍‌ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ସେଥିରେ ଅଦା ଏବଂ ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ କଷନ୍ତୁ। ଏହାପରେ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ଟମାଟୋ ଚପ୍‌ ପକାଇ ଗୋଳାଇ ଘୋଡାଇ ଦିଅନ୍ତୁ। ପ୍ରାୟ ୫ ମିନିଟ୍‌ ପରେ ଘୋଡଣି ଖୋଲି କାଜୁ ଏବଂ ଚାରୁ ମଗଜ ପେଷ୍ଟ ପକାଇ କଷନ୍ତୁ। କଷା ହୋଇଗଲା ପରେ ପୂର୍ବରୁ ଫ୍ରାଏ କରାଯାଇଥିବା କୁପ୍ତାକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଉପରେ ଧନିଆପତ୍ର ଚପ୍‌, ଗରମ ମସଲା, ବଟର ଓ ଅମୁଲ କ୍ରିମ୍‌ ପକାଇ ପାତ୍ରରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲଭ୍‌ଲି କୁପ୍ତା। ଏହାକୁ ଭାତ କିମ୍ବା ତନ୍ଦୁରି ଆଇଟମ୍‌ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri