ଲତାଙ୍କ ଦେହାନ୍ତ ଗୁଜବ

ନୂଆଦିଲ୍ଲୀ,୧୯ା୧୧: ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ଦେହାନ୍ତ ହୋଇଥିବା ନେଇ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ହେଲେ ଲତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ପରିବାର ପକ୍ଷରୁ କୁହାଯାଇଛି। ଏଭଳି ଗୁଜବ ନ ଖେଳାଇବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି। ୯୦ ବର୍ଷୀୟା ଲତା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତ ସୋମବାର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଗତ ଶୁକ୍ରବାର ତାଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା।

Share