ଲଣ୍ଡନ ହାଇକୋର୍ଟରେ ଆବେଦନ ଗୃହୀତ; ପ୍ରତ୍ୟର୍ପଣ ବିରୋଧରେ ଅପିଲ କରିପାରିବେ ମାଲ୍ୟା

ନୂଆଦିଲ୍ଲୀ,୩-୭: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ଆଶ୍ୱସ୍ତି ମିଳିଛି। ଭାରତ ପ୍ରତ୍ୟର୍ପଣକୁ ବିରୋଧ କରି ସେ ଅପିଲ କରିପାରିବେ ବୋଲି ହାଇକୋର୍ଟ ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ ମାଲ୍ୟାଙ୍କ ଆବେଦନକୁ ଅଦାଲତ ସ୍ବୀକାର କରିଛନ୍ତି। ଏହାର ଅର୍ଥ ଏଣିକି ହାଇକୋର୍ଟରେ ପ୍ରତ୍ୟର୍ପଣ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଏହା ମାଲ୍ୟାଙ୍କ ପାଇଁ ଏକ ବଡ଼ ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମଙ୍ଗଳବାର ଲଣ୍ଡନ ହାଇକୋର୍ଟ(ରୟାଲ କୋଟର୍‌ସ ଅଫ୍‌ ଜଷ୍ଟିସ୍‌)ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ମୌଖିକ ଶୁଣାଣି କରାଯାଇଥିଲା। ଭାରତକୁ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ଗୃହ ସଚିବ ସାଜିଦ ଜାଭିଦ ନିର୍ଦ୍ଦେଶ ଦେବା ପରେ ଏହାକୁ ମାଲ୍ୟା ଚାଲେଞ୍ଜ କରିଥିଲେ। କୋର୍ଟ ପକ୍ଷରୁ ଏଥିପାଇଁ ୪ ଘଣ୍ଟାର ସମୟ ଧାର୍ଯ୍ୟ ହୋଇଥିଲା। ଏହି ଶୁଣାଣି ବେଳେ ମାଲ୍ୟାଙ୍କ ଆବେଦନକୁ ବିଚାରପତି ଗ୍ରହଣ କରି ନ ଥିଲେ, ତାଙ୍କୁ ଖୁବଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରାଯାଇଥାନ୍ତା। କୋର୍ଟରେ ହାଜର ବେଳେ ମାଲ୍ୟା ଶୁଣାଣିକୁ ନେଇ ସକାରାମତ୍କ ଥିବା କହିଥିଲେ। ସେ କହିଥିଲେ ଯେ, ଭାରତ ସରକାରଙ୍କୁ ଏତିକି ଅନୁରୋଧ ଯେ, ସେ କୌଣସି ଦୟା ବା ଛାଡ଼ ମାଗୁନାହାନ୍ତି। ତାଙ୍କ ନିକଟରେ ଅର୍ଥ ଅଛି, ସରକାର ଶତପ୍ରତିଶତ ଅର୍ଥ ଫେରସ୍ତ ନିଅନ୍ତୁ। ସୂଚନାଯୋଗ୍ୟ ଯେ, ମାଲ୍ୟାଙ୍କ ପକ୍ଷରୁ ଭାରତ ପ୍ରତ୍ୟର୍ପଣକୁ ବିରୋଧ କରାଯାଇ ଫେବୃୟାରୀ ୧୪ରେ ହାଇକୋର୍ଟରେ ଲିଖିତ ଆବେଦନ କରାଯାଇଥିଲା। ଯାହାକୁ ଅଦାଲତ ଏପ୍ରିଲ ୫ରେ ଖାରଜ କରିଦେଇଥିଲେ। ଏହାପରେ ମାଲ୍ୟା ପୁନର୍ବାର ଏହି ମାମଲାର ମୌଖିକ ଶୁଣାଣି ଲାଗି ଆବେଦନ କରିଥିଲେ, ଯାହାକୁ ହାଇକୋର୍ଟ ଗ୍ରହଣ କରିଥିଲେ। ମାଲ୍ୟାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଥିଲା ଯେ, ଅଭିଯୁକ୍ତଙ୍କ ଦସ୍ତାବେଜକୁ ନିମ୍ନ ଅଦାଲତ ଠିକ୍‌ ଭାବେ ଗ୍ରହଣ କରିନଥିଲେ। ସୂଚନାଥାଉ କି, କିଙ୍ଗଫିଶର ଏୟାରଲାଇନ୍ସର ପ୍ରତିଷ୍ଠାତାଙ୍କୁ ପ୍ରତ୍ୟର୍ପଣ ଲାଗି ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦୀର୍ଘଦିନ ହେବ ପ୍ରୟାସ ଚାଲିଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇ ମାଲ୍ୟା ବ୍ରିଟେନ ଫେରାର ହୋଇଯାଇଥିଲେ। ଭାରତ ପକ୍ଷରୁ ଅଭିଯୋଗ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଓ ପ୍ରତ୍ୟର୍ପଣ ମାମଲା ଦାଏର ହୋଇଥିଲା। ଲଣ୍ଡନସ୍ଥିତ ଓ୍ବେଷ୍ଟମିନିଷ୍ଟର ଅଦାଲତ ତାଙ୍କର ପ୍ରତ୍ୟର୍ପଣକୁ ଅନୁମୋଦନ କରିବା ସହ ବ୍ରିଟେନ ଗୃହ ସଚିବ ଜାଭିଦଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦସ୍ତାବେଜ ପଠାଇଥିଲେ। ଏହାକୁ ମାଲ୍ୟା ବିରୋଧ କରି ହାଇକୋର୍ଟ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri